ନିଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମରେ ନିମାପଡ଼ା ପୁଲିସ ସାମିଲ ହୋଇ ଶପଥ ନେଲେ
ନିମାପଡ଼ା (ଏସ.ଏନ, ଏସ) ନିଶାମୁକ୍ତ ଭାରତ ଅଭିଯାନ ର କାର୍ଯ୍ୟକ୍ରମ ଆଜି ନିମାପଡ଼ା ପୁଲିସ ସମାମିଲ ହୋଇ ନିମାପଡ଼ାକୁ ନିଶାମୁକ୍ତ କରିବାପାଇଁ ଶପଥ ନେଇଛନ୍ତି । ଆଇଆଇସି ସମରେନ୍ଦ୍ର ପାଇକରାୟ ନିଶାମୁକ୍ତି ରହିବାପାଇଁ ନିଜେ ଶପଥ ପାଠ କରିବାସହ ସମସ୍ତ ଥାନା ସବ ଇନିସପେକ୍ଟର ଡ଼ି.କେ ପଣ୍ଡା, ଏ,ଏସଆଇ ଜୋତ୍ସାରାଣୀ ସାହୁ ଓ ଲକ୍ଷ୍ମୀକାନ୍ତ ମହାନ୍ତିଙ୍କ ନିମାପଡ଼ା ଥାନାର ପୁଲିସ କର୍ମଚାରୀମାନେ ଓ ଦେବରାଜ ପରିଡ଼ା, ଚିତ୍ତରଞନ ବେହରାଙ୍କସହିତ ୫୦ରୁ ଉର୍ଦ୍ଧ ଯୁବକ ଓ ବୁଦ୍ଧିଜିବୀ ଡ଼ାହାଣ ହାତ ଉପରକୁ ଉଠାଇ ନିଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ମାଧ୍ୟରେ ନିଶା ସେବନ କରିବେ ନାହିଁ ବୋଲି ଶପଥ ନେଇଥିଲେ। ଏହି କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରସଂଶା କରାଯାଇଛି।ଏହି କାର୍ଯ୍ୟକ୍ରମରେ ଥାନା ଅଞ୍ଚଳର ସାଧାରଣ ଜନତା ସାମିଲ ହୋଇ ଶପଥ ନେଇଥିଲେ
