ରାଜ୍ୟ

ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ାଙ୍କ ନିମାପଡ଼ା ସମ୍ବାଦିକ ସଂଘର ସଭ୍ୟ କର୍ମକର୍ତ୍ତାଙ୍କମୂଳକ ସାକ୍ଷାତ

Spread It

 ଭୁବନେଶ୍ବର ୩/୭ (ଏ.ପି ନିୟୁଜ)  ନିମାପଡ଼ା ସମ୍ବାଦିକ ସଂଘର କର୍ମକର୍ତ୍ତା ଙ୍କ ସମେତ  ୧୭ ଜଣ ସଭ୍ୟ ଆଜି ପୂର୍ବାହ୍ନରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ସରକାରୀ ବାସଭବନରେ ସୈାଜନ୍ୟମୂଳକ ସାକ୍ଷାତ କରିଥିଲେ।  ଉପ ମୁଖ୍ୟମନ୍ତ୍ରୀ ପରିଡ଼ା   ନିମାପଡ଼ା ରେ  ୬୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଯାଉଥିବା  ମହିଳା ଦକ୍ଷତା କେନ୍ଦ୍ର ଓ  ୩୪ ଲକ୍ଷ ଟଙ୍କା ବ୍ୟୟରେ  ମହିଳାମାନଙ୍କୁ ଆତ୍ମ ନିର୍ଭରଶୀଳ କରିବାପାଇଁ ସିଲେଇ ତାଲିମ  କେନ୍ଦ୍ର  ଉଦଘାଟିତ ହେବାକୁ ଯାଉଛି  ବୋଲି ଅ‌ାଲୋଚନା ବେଳେ ସୁଚନା ଦେଇଥିଲେ।  ନିମାପଡ଼ାରେ ଡ଼୍ରେନେଜ ସମାସ୍ୟାର ସମାଧାନ ଶେଷ ପର୍ଯ୍ୟାୟରେ ରହିଛି  ମୁଖ୍ୟ ଡ଼୍ରେନଗୁଡ଼ିକର ନିର୍ମାଣ  କାର୍ଯ୍ୟ ‌ଶେଷ ହୋଇଛି।   ପ୍ରଥମ ମୈାସୁମୀ ବର୍ଷାରେ ଏନ.ଏ.ସି ଅଞ୍ଚଳରେ  କେତେକ ସ୍ଥାନ ଗୁଡ଼ିକରେବର୍ଷା ଜଳ ଜମା ରହିଥିବା ବିଷୟରେ  ଅବଗତ ଅଛି। ବିଭିନ୍ନ ୱାର୍ଡ଼ରୁ ବାହାରିଥିବା ଡ଼୍ରେନ ଗୁଡ଼ିକ ମୁଖ୍ୟ ଡ଼୍ରେନ  ଗୁଡ଼ିକସହ ସଂଯୋଗ ବା ଯୋଡ଼ା ହେବା କାର୍ଯ୍ୟ ଶେଷ ହେଲେ ବର୍ଷାଜଳ ନିଷ୍କାସନର ସମାସ୍ୟା ଆଉରହିବ ନାହିଁ। ଏହି କାର୍ଯ୍ୟ ବର୍ଷାରୁତୁ ମଧ୍ୟରେ ‌‌ଶେଷ କରାଯିବବୋଲି ନିର୍ଦ୍ଦେଶ ଦେଇଛି । ସମ୍ବାଦିକମାନେ ନିମାପଡ଼ାର ଗଠନମୂଳକ ଓ ଲୋକମାନଙ୍କ ସମାସ୍ୟା ଥିବା  ସମ୍ବାଦ ପରିବେଷଣ କରିବାକୁ ଉପଦେଶ ଦେଇଥିଲେ। ସମ୍ବାଦିକତାର ବିଷୟରେ ଧାରଧାରୁନଥିବା   ବହୁ ବ୍ୟକ୍ତି ନିଜର ସ୍ବାର୍ଥପାଇଁ   ଏହି ପେଶାରେ ପ୍ରବେଶ କରିଥିବାରୁ ଆମେ ସମସ୍ତେ ସତର୍କ  ରହିବା ପାଇଁ କହିଥିଲେ।  ଆଜି ଉପମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀର ଦିନ ଥିଲେ। ସମ୍ବାଦିକମାନେ ଉପମୁଖ୍ୟମନ୍ତ୍ରୀଙ୍କୁ ଏକ ଫଟ ଫ୍ରେମ ପ୍ରଦାନ କରିଥିଲେ। ନିମାପଡ଼ା ନିର୍ବାଚନ ମଣ୍ଡଳୀର ୫ଶହରୁ ଉର୍ଦ୍ଧ ଲୋକ ସେମାନଙ୍କ ସମାସ୍ୟା ଓ ତାହାର ସମାଧାନ ପାଇଁ  ଉପମୁଖ୍ୟମନ୍ତ୍ରୀ ଆବାସିକ କାର୍ଯ୍ୟାଳୟରେ ରୁଣ୍ଡ ହୋଇଥିଲେ।  ଏହି ସମୟମଧ୍ୟରେ ନିମାଫନା ସମ୍ବାଦିକ ସଂଗ ସହିତ ଏକ ଘଣ୍ଟା ସମୟଦେଇ ସମ୍ବାଦିକସଂଘର  ଭୁମି ପ୍ରଦାନ ଏବଂ ଘର ନିର୍ମାଣ ସଂପର୍କରେ ଖୁବଶିଘ୍ର ସମାସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ଆଲୋଚନା ସମୟରେ ଉପମୁଖ୍ୟ ମନ୍ତ୍ରୀ  ପରିଡ଼ାଙ୍କ  ସହିତ  ନିମାପଡ଼ା ସାମ୍ବାଦିକସଂଘ ସଭାପତି ଅକ୍ଷୟ ନାୟକ,ଉପସଭାପତି ଅରୁଣ ପ୍ରସାଦ ମହାପାତ୍ର, ସଂପାଦକ ଅଶୋକ ବେହେରା ସହ ସଂପାଦକ ଅଜିତ ସାହୁ କୋଷାଧ୍ୟକ୍ଷ ଯୋ‌ସେଫ ଲେଙ୍କା ଏବଂ ସଙ୍ଗଠନ ସଂପାଦକ ନିବେଦିତା ମିଶ୍ର  ଏବଂ ଉପମୁଖ୍ୟ ମନ୍ତ୍ରୀଙ୍କ ଅଫିସ ର ପ୍ରଶାସନିକ  ଅଧିକାରୀ ଏବଂ ଫଟ ଗ୍ରାଫର ସହିତ ସମ୍ବାଦିକ ସଂଘର ସଭ୍ୟମାନେ ଉପସ୍ଥିତ ଥିଲେ।  ନିମାପଡ଼ା ସମ୍ବାଦିକ ସଂଘ ଓୟୁଜେ ସହିତ ରହିବ ବୋଲି ବରିଷ୍ଠ ସମ୍ବାଦିକ ତଥା ସଂଘର  ରାଜ୍ୟ ସଭାପତି ପ୍ରଶନ୍ନ କୁମାର ମହାନ୍ତିଙ୍କୁ ପ୍ରତିଶ୍ରୁତି  ସଭାପତି ଅକ୍ଷୟ ନାୟକ  ଓ ଉପସଭାପତି ଅରୁଣ ପ୍ରାସାଦ ମହାପାତ୍ର ପ୍ରତିଶ୍ରୁତି ଦେଇଛନ୍ତି।   

Leave a Reply

Your email address will not be published. Required fields are marked *