ନିମାପଡ଼ା ପୁଲିସର ତ୍ବରିତ କାର୍ଯ୍ୟାନୁଷ୍ଠାନ, ଅପହରଣର ୪ଘଣ୍ଟାରେ ନାଁ ବାଳିକା ଛାତ୍ରୀ ଉଦ୍ଧାର
ନିମାପଡ଼ା, ୩/୭ (ଏ.ପି ନିୟୁଜ) ନିମାପଡ଼ା ଥାନା ଅଧିକାରୀ ସମରେନ୍ଦ୍ରପାଇକରାୟଙ୍କ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରୁ ଅପହରଣ ହୋଇଥିବା ଜୈନିକ ନାଁବାଳିକାକୁ ଉଦ୍ଧାର କରି ତାର ପରିବାର ଜିମା ଦେଇଛନ୍ତି। ନିମାପଡ଼ା ଥାନା ଅନ୍ତର୍ଗତ ଅନ୍ତୁଆର ପଞ୍ଚାୟତର ଏକ ଗ୍ରାମରୁ ୧୫ ବର୍ଷ ବୟସର ନାଁବାଲିକା ୧୦ମ ଶ୍ରେଣୀରେ ପାଠ ପଢେ। ସେ ସାଇକେଲଚଳାଇ ସାଙ୍ଗ ଘରକୁ ଯାଉଛି କହି ଗତ ୧ରେ ଦିନ୯ରେ ଘରୁ ଯାଇଥିଲା। ଫେରିବା ବିଳମ୍ବ ହେବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ, ନ ମିଳିବାର ନିମାପଡ଼ା ଥାନାରେ ପରିବାର ସଦସ୍ୟ ଅଭିଯୋଗ କରିଥିଲେ। ନିମାପଡ଼ା ଥାନା ଅଧିକାରୀ ଶ୍ରୀ ପାଇକରାୟ ଘଟଣାକୁ ଗୁରୁତର ସହ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ମୋବାଇଲ ଫୋନକୁ ଟ୍ରାକିଂକରି ଓ ବିଶ୍ବସ୍ତ ସୁତ୍ରରୁ ଖବର ପାଇ ଅପହରଣ କାରି ବିଜୁ ସାହୁ ନାମକ ଯୁବକ ନାଁବାଳିକାକୁ ଭୁବନେଶ୍ବର ନିକଟବର୍ତ୍ତି ପାତ୍ରପଡ଼ାରେ ରଖିଥିବା ଜାଣିପାରିଥିଲେ। ସେଠାରେ ଚଢଉକରି ନାବାଁବାଳିକା ଛାତ୍ରୀକୁ ଉଦ୍ଧାର କରିଥିଲେ। ପୁଲିସ ଅପହରଣ ହୋଇଥିବା ଅଭିଯୋଗ ପାଇବାର ୪ଘଣ୍ଟାପରେ ଅପହୃତା ନାଁ ବାଳିକା ଛାତ୍ରୀକୁ ଉଦ୍ଧାର କରିଥିବାରୁ ପରିବାର ଲୋକ ପୁଲିସକୁ ସାଧୁବାଦ ଜଣାଇଛନ୍ତି।
