ଦୁଇଟି ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ
ନିମାପଡ଼ା,(ଏ.ପି ନିୟୁଜ)ନିମାପଡ଼ା ପୁଲିସ ଦୁଇଟି ପୃଥକ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲଣକରିଥିବା ଆଇ୍ଆଇସି ସମରେନ୍ଦ୍ର ପାଇକରାୟ ସୁଚନାଦେଇଛନ୍ତି। ନିମାପଡ଼ା ବାଲିପାଟଣା ରାସ୍ତାରେ ଥିବା ଜାକି ବାରରେ ଗତ ୩ ତାରିଖ ରାତିରେ ନିକଟସ୍ଥ ଡ଼ିହବାରୀ ଗ୍ରାମର ରଙ୍ଗା ଆଲିଆସ ସରୋଜ ବେହେରା ଗଣ୍ଡୋଗୋଳ କରିଥିବା ପୁଲିସ ରେ ଅଭିଯୋଗ ହୋଇଥିଲା। ପୁଲିସ ୧୮୦/ ୨୬ରେ ମାମଲାରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି। ସେହିଭଳି ନିକଟସ୍ଥ ବିଷ୍ଣପୁର ଗ୍ରାମରେ ଟଣାଯାଇଥିବା ବିଦ୍ୟୁତ ତାରକୁ ପଞ୍ଚମୁଖୀ ସାହିର ବାଦଳ କୁମାର ଭୋଇ ନାମକଯୁବକ ଚୋରି କରିନେଇଥିବା ନେଇ ସହକାରୀ କାର୍ଯ୍ୟନିବାହୀ ଯନ୍ତ୍ରୀ ବିଦ୍ୟୁତ ର ସୁବ୍ରତ ନାୟକ ପୁଲିସରେ ଅଭିଯୋଗ କରିବାପରେ ଥାନା କେସନଂ ୧୮୭/୨୬ରେ ପୁଲିସ ବାଦଲକୁ ଗିରଫ କରି ଉଭୟଙ୍କୁ କୋର୍ଟ ଚାଲଣ କରିଛି।
