Uncategorized

ମା ମଙ୍ଗଳା ଙ୍କ ମନ୍ଦିର ରେ ଶାରଦୀୟ ପାର୍ବଣ ପୂଜା ଆରମ୍ଭ।

Spread It
 
କାକଟପୁର,( ସନ୍ତୋଷ ଦାଶ) ରବିବାର ପବିତ୍ର ମୂଳାଷ୍ଟମୀ ତିଥି ଠାରୁ ପାରମ୍ପରିକ ପ୍ରଥାନୁସାରେ ରାଜ୍ୟ ର ଅଷ୍ଟଚଣ୍ଡୀ ଭାବେ ଗଣ୍ୟ ପୁରୀ ଜିଲ୍ଲା କାକଟପୁର ର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳା ଙ୍କ ମନ୍ଦିରରେ ମା ଙ୍କର ସହସ୍ର କୁମ୍ଭାଭିଷେକ ନୀତି ଅନୁଷ୍ଠିତ ହୋଇ ଆରମ୍ଭ ହୋଇଛି ଚଳିତ ବର୍ଷ ର ଶାରଦୀୟ ପାର୍ବଣ ପୂଜା ବା ଷୋଳ ପୂଜା। ୨୨ ତାରିଖ ଠାରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ମା’ଙ୍କର ନବଦିନାତ୍ମକ ପୂଜାନୀତି ପାଳନ କରାଯିବ । ୨୬ ତାରିଖ ପଞ୍ଚମୀ ଦିନ ମା ଙ୍କ ତୀରକମାଣ ବେଶ, ୨୭ ତାରିଖ ଷଷ୍ଠୀ ଦିନ କାତିଖର୍ପର ବେଶ, ୨୮ ତାରିଖ ସପ୍ତମୀ ଦିନ ପ୍ରସିଦ୍ଧ ସିଂହବାହିନୀ ବେଶ, ୨୯ ତାରିଖ ଅଷ୍ଟମୀ ଦିନ ମହିଷାମର୍ଦ୍ଦିନୀ ବେଶ ଅନୁଷ୍ଠିତ ହେବା ସହିତ ୩୦ ତାରିଖ ନବମୀ ତିଥିରେ ଶାନ୍ତି ବେଶ ଅନୁଷ୍ଠିତ ହୋଇ ଅକ୍ଟୋବର ୨ ତାରିଖ ବିଜୟା ଦଶମୀ ଦିନ ହରଦୁର୍ଗା ଭେଟ ଅନୁଷ୍ଠିତ ହୋଇ ଶାରଦୀୟ ପାର୍ବଣ ପୂଜାର ପରିସମାପ୍ତି ଘଟିବ । ଏହି ପାର୍ବଣ ପୂଜା ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ମାତୃଭକ୍ତ ମାନେ ମା ଙ୍କର ସାନିଧ୍ୟ ଲାଭ କରିବା ପାଇଁ ଆସିବାକୁ ଥିବାବେଳେ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି କହିଛନ୍ତି ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ଦାଶ।

Leave a Reply

Your email address will not be published. Required fields are marked *