Uncategorized

ନିମାପଡ଼ା ବ୍ଲକ ବିଶ୍ବକର୍ମା ସମିତିର ସାଙ୍ଗଠନିକ ବୈଠକ

Spread It

ନିମାପଡ଼ା, (ଆଜି ପର୍ଯ୍ୟନ୍ତ) ନିକଟସ୍ଥ ଖେଲାର ନିକଟରେ ଥିବା ଭଗବତୀ ବିଜୁ କଲ୍ୟାଣ ମଣ୍ଡପ ଠାରେ ନିଖିଳ ଉତ୍କଳ ବିଶ୍ଵକର୍ମା ସମିତି,ଓଡିଶା, ନିମାପଡ଼ା ବ୍ଲକ ଶାଖାର ଏକ ସାଂଗଠନିକ ବୈଠକ ଆବାହକ ରତିକାନ୍ତ ଓଝାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇ ଅଛି। ଉକ୍ତ ବୈଠକରେ ନିମାପଡ଼ା ବ୍ଲକର ୩୨ଗୋଟି ପଞ୍ଚାୟତ ସହିତ ନିମାପଡ଼ା ଏନ୍ ଏ ସି ଅଞ୍ଚଳର ପ୍ରାୟ ୩୦୦ରୁ ଉର୍ଦ୍ଧ୍ବ ବିଶ୍ଵକର୍ମା କୁଳର ଭାଇମାନେ ଯୋଗଦେଇ ବିଶ୍ଵକର୍ମା କୁଳର ବିଭିନ୍ନ ଅଭାବ ଅସୁବିଧା ଉପରେ ବିଶେଷ ଆଲୋଚନା କରାଯାଇ ଏହା ଉପରେ ଏକ ଦଶବିଧ ଦାବି ସମ୍ବଳିତ ଏକ ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡ଼ିଶା, ଉପମୁଖ୍ୟମନ୍ତ୍ରୀ,ଓଡିଶା, ମୁଖ୍ୟ ଶାସନ ସଚିବ, ଓଡ଼ିଶା, ଜିଲ୍ଲାପାଳ, ପୁରୀ ବିଡ଼ିଓ ନିମାପଡ଼ା ଆଦି ଦୃଷ୍ଟି ଆକର୍ଷଣ ନିମନ୍ତେ ପ୍ରଦାନ କରାଯିବାକୁ ସ୍ଥିର କରାଗଲା। ଆଜିର ଉକ୍ତ ବୈଠକରେ ଅତିଥି ଭାବେ ଶ୍ରୀଯୁକ୍ତ ରତିକାନ୍ତ ଓଝା, ଶ୍ରୀଯୁକ୍ତ ମୁକୁନ୍ଦ ମହାରଣା, ଶ୍ରୀଯୁକ୍ତ କାଳନ୍ଦୀ ମହାରଣା , ଶ୍ରୀଯୁକ୍ତ ଗଙ୍ଗାଧର ଓଝା(କ) , ଶ୍ରୀଯୁକ୍ତ ମଙ୍ଗରାଜ ମହାରଣା, ଶ୍ରୀଯୁକ୍ତ ରାଧାଶ୍ୟାମ ମହାରଣା, ଶ୍ରୀଯୁକ୍ତ ଉପେନ୍ଦ୍ର ମହାରଣା, ଶ୍ରୀଯୁକ୍ତ ସଦାଶୀବ ଓଝା, ଶ୍ରୀଯୁକ୍ତ ବଳରାମ ମହାରଣା ପ୍ରମୁଖ ଉପସ୍ଥିତ ରହି ବିଶ୍ଵକର୍ମା କୁଳର ସମାଜ ପ୍ରତି ରହିଥିବା ଅବଦାନ ଉପରେ ଆଲୋକପାତ କରିଥିଲେ। ବିଶ୍ଵକର୍ମା କୁଳ ଆଜି ପର‌୍ୟ୍ୟନ୍ତ ସରକାରୀ ସ୍ତରରେ ହେଉ ବା ସାମାଜିକ ସ୍ତରରେ ଉପଯୁକ୍ତ ସମ୍ମାନ ପାଇପାରି ନଥିବା ସମସ୍ତେ ଉପଲବ୍ଧି କରିଥିଲେ। ତେଣୁ ସମସ୍ତ ବିଶ୍ଵକର୍ମା ଭାଇମାନଙ୍କୁ ସଂଗଠିତ କରି ଏକ ବ୍ଲକ ସ୍ତରରେ ଦୃଢ଼ ସଂଗଠନ ଗଠନ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ନିମନ୍ତେ କାର୍ଯ୍ୟପନ୍ଥା ସ୍ଥିର କରିବାକୁ ବୈଠକରେ ପ୍ରସ୍ତାବ ନିଆଯାଇଛି। ନିମାପଡ଼ା ବ୍ଲକ ବିଶ୍ଵକର୍ମା ସମିତି ନାମରେ ଏକ ବ୍ଲକ ସ୍ତରୀୟ ବିଶ୍ଵକର୍ମା ସଂଗଠନ ଗଠନ କରାଯାଇ ସଭାପତି ଭାବେ ଶ୍ରୀଯୁକ୍ତ ରତିକାନ୍ତ ଓଝା ଏବଂ ସମ୍ପାଦକ ଭାବେ ଶ୍ରୀଯୁକ୍ତ ଗଙ୍ଗାଧର ଓଝାଙ୍କୁ ସର୍ବସମ୍ମତିକ୍ରମେ ମନୋନୀତ କରାଗଲା। ସେହିପରି ଉପସଭାପତି ଭାବେ ଶ୍ରୀଯୁକ୍ତ ଭାଗୀରଥି ଓଝା ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ଚୟନ କରାଯାଇଛି। ଉକ୍ତ ବୈଠକକୁ ଶ୍ରୀଯୁକ୍ତ ଗଙ୍ଗାଧର ଓଝା ପରିଚାଳନା କରୁଥିବା ବେଳେ ଶ୍ରୀଯୁକ୍ତ ନାରାୟଣ ମହାରଣା,ଶରତ କୁମାର ମହାରଣା, ନୃସିଂହ ମହାରଣା, ବିମ୍ବାଧର ଓଝା, ଅଭିମନ୍ୟୁ ମହାରଣା,ଶିବ ନାରାୟଣ ଓଝା, ରାକେଶ ମହାରଣା, ଦିଲିପ ମହାରଣା, କାବୁଲି ମହାରଣା,ଅଭିନ ମହାରଣା, ଯୁଧିଷ୍ଠିର ମହାରଣା, ନିରଞ୍ଜନ ଓଝା, ନରେନ୍ଦ୍ର ଓଝା, ଶଙ୍କର ମହାରଣା, କୃଷ୍ଣଚନ୍ଦ୍ର ମହାରଣା, ଚକ୍ରଧର ଓଝା, ସୋମନାଥ ମହାରଣା ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଜଗଦିଶ ମହାରଣା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଆଜିର ଉକ୍ତ ବୈଠକରେ ନିମାପଡ଼ା ଅଞ୍ଚଳର ବିଶ୍ଵକର୍ମା କୁଳର ବରିଷ୍ଠ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। ବିଶେଷ କରି ସଂଗଠନ ନିମନ୍ତେ ବିଶେଷ ସହଯୋଗ ପାଇଁ ଶ୍ରୀଯୁକ୍ତ ସୁରଟ୍ କୁମାର ଓଝା (କାହ୍ନା ବାବୁ) ଙ୍କୁ ସମ୍ମାନିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *