ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ
ପୁରୀ ୧୬/୯ ପୁରୀ ଜିଲ୍ଲା ରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ଚଳିତ ମାସ ୧୭ ତାରିଖ ଠାରୁ ଅକ୍ଟୋବର ୨ ତାରିଖ ପର୍ୟ୍ୟନ୍ତ ଜାରି ରହିବ।ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ସ୍ବାସ୍ଥ୍ୟ ଓ ଜନସ୍ବାସ୍ଥ୍ୟ କାର୍ୟ୍ୟାଳୟ ପକ୍ଷରୁ ଏଥିପାଇଁ ବିବିଧ କାର୍ୟ୍ୟକ୍ରମ ପ୍ରସ୍ତୁତ କରାଯାଇଛି।ଏହି ସମୟ ମଧ୍ୟରେ ଜିଲ୍ଲା ସଦର ମହକୁମା ମୁଖ୍ୟ ଚିକିତ୍ସାଳୟ ସହ ସମସ୍ତ ସିଏଚସି, ପିଏଚସି ଓ ସହରାଞ୍ଚଳ ସ୍ବାସ୍ଥ୍ୟ କେନ୍ଦ୍ର ମାନଙ୍କ ରେ ସ୍ୱାସ୍ଥ୍ୟ ପରୀକ୍ଷା , ସ୍ବେଛାକୃତ ରକ୍ତଦାନ ଶିବିର ଓ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ବ ଅଭିଯାନ ଯୋଜନା ଶିବିର ଆୟୋଜନ କରାଯିବ।ଏଥିପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା ଅକ୍ଷୟ କୁମାର ଶତପଥୀ ଡି ଏଚ ଏଚ,ସମସ୍ତ ସିଏଚସି, ପିଏଚସି ଓ ସହରାଞ୍ଚଳ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ଏଥିପାଇଁ ଏକ ସ୍ବତନ୍ତ୍ର ଖସଡ଼ା ପ୍ରସ୍ତୁତ କରାଯିବା ସହ ସରକାରଙ୍କ ଧାର୍ୟ୍ୟ ପ୍ରୋଟୋକଲ ବା ମାର୍ଗଦର୍ଶିକା ଆଧାରରେ ଏହାକୁ ଅନୁପାଳନ ପାଇଁ ଡା ଶତପଥୀ ପରାମର୍ଶ ଦେଇଛନ୍ତି।
