Uncategorized

ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନଙ୍କର ବିପର୍ଯ୍ୟୟ ପରିଚାଳନା ତାଲିମ ଶିବିର

Spread It

ପୁରୀ ୨୪/୯ ପ୍ରାକୃତିକ ବିପର୍ଯ୍ୟୟ କୁ ରୋକାଯାଇ ପାରିବା ନାହିଁ କିନ୍ତୁ ଏହାର ସଫଳ ମୁକାବିଲା କରି ଧନ ଜୀବନ ଓ କ୍ଷୟକ୍ଷତି କୁ ହ୍ରାସ କରାଯାଇ ପାରିବ।ଏଥିପାଇଁ ଉପଯୁକ୍ତ ପ୍ରଶିକ୍ଷଣ ଓ ସଚେତନତା ର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା। ପୁରୀ ଜିଲ୍ଲାର ଅସ୍ତରଙ୍ଗ, ଗୋପ, ପିପିଲି ଓ ଡେଲାଙ୍ଗ ବ୍ଲକର ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନଙ୍କର ଦୁଇ ଦିନିଆ ବିପର୍ଯ୍ୟୟ ପରିଚାଳନା ତାଲିମ ଶିବିର ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ରେ ୨୩ ଓ ୨୪ ସେପ୍ଟେମ୍ବର ରେ ଅନୁଷ୍ଠିତ ହୋଇଥିଲା। ଉଦଯାପନୀ ଦିବସ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ଯୋଗ ଦେଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନେ କିପରି ବିପର‌୍ୟ୍ୟୟ ସମୟରେ ଗ୍ରାମବାସୀ ମାନଙ୍କୁ ସହାୟତା ପ୍ରଦାନ କରିବେ ସେ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ଏହି ତାଲିମ୍ ଶିବିର ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନଙ୍କୁ ବିପର୍ଯ୍ୟୟ ପରିଚାଳନା କରିବା ରେ ସହାୟକ ହେବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ। ଏହି ତାଲିମ୍ ଶିବିର ରେ ଓସଡାମା ଦ୍ଵାରା ତାଲିମ୍ ପ୍ରାପ୍ତ ସ୍ବେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧି ମାନେ ତାଲିମ୍ ପ୍ରଦାନ କରିଥିଲେ ଏବଂ ଜିଲ୍ଲା ଆପଦକଳୀନ ବିଭାଗ ତାଲିମ୍ ଶିବିର କୁ ସୁପରିଚାଳନା କରିଥିଲେ

Leave a Reply

Your email address will not be published. Required fields are marked *