Uncategorized

ମେଲାଣି ନେଲେ ଜଗତ ଜନନୀ ମା ଦୂର୍ଗା।

Spread It
 
ଚାରିଛକ,(ସନ୍ତୋଷ ଦାଶ) ଚାରିଛକ ନିକଟସ୍ଥ ଭୋଦର ଓ ମଇଁଷିଗୋଠ ଠାରେ ମହା ସପ୍ତମୀ ଠାରୁ ପୂଜା ପାଇ ଆସୁଥିବା ଜଗତ ଜନନୀ ମା ଦୂର୍ଗା ଙ୍କ ଭସାଣୀ ଉତ୍ସବ ଆଜି ଅନୁଷ୍ଠିତ ହୋଇଥିଲା। ଭୋଦର ଗ୍ରାମ ରେ ଆଜକୁ ଦୀର୍ଘ ୨୧୮ବର୍ଷ ହେଲାସାର୍ବଜନୀନ ଦୂର୍ଗା ପୂଜା ଅନୁଷ୍ଠିତ ହୋଇ ଆସୁଥିବା ଗ୍ରାମବାସୀ ଚନ୍ଦ୍ରକାନ୍ତ ଦଳାଇ କହିଛନ୍ତି। ସ୍ଥାୟୀ ପୂଜା ମଣ୍ଡପ ରେ ମୃଣ୍ମୟୀ ପ୍ରତିମା ନିର୍ମାଣ ହେବା ପରେ ଷଷ୍ଠୀ ତିଥି ରେ ବିଲ୍ୱବରଣ ନୀତି ଅନୁଷ୍ଠିତ ହୋଇ ଥିଲା। ସପ୍ତମୀ ତିଥି ରେ ମା ଙ୍କ ଚକ୍ଷୁ ଦାନ ପରେ ମା ଙ୍କ ପୁଜା ଆରମ୍ଭ ହୋଇଥିଲା। ସପ୍ତମୀ, ଅଷ୍ଟମୀ, ନବମୀ ଓ ଦଶହରା ଦିନ ଗ୍ରାମ ବାସୀ ମାନଙ୍କ ପକ୍ଷରୁ ଭକ୍ତି ଓ ନିଷ୍ଠା ର ସହିତ ପୂଜା ନୀତି ଅନୁଷ୍ଠିତ ହୋଇଥିଲା। ନବମୀ ରାତି ରେ ପାରମ୍ପରିକ ପ୍ରଥାନୁସାରେ କାଳୀକା ନୃତ୍ୟ ଅନୁଷ୍ଠିତ ହୋଇଥିଲା ଯାହା ଏକ ଅନନ୍ୟ ପରମ୍ପରା ଭାବେ ଦୂର୍ଗା ପୂଜା ସହିତ ପାଳନ ହୋଇ ଆସୁଛି।ଆଜି ସଂଧ୍ୟା ରେ ଏକ ବିରାଟ ଶୋଭାଯାତ୍ରା ରେ ମା ଙ୍କୁ ଗାଁ ପରିକ୍ରମା କରାଯାଇ ଗାଁ ଶେଷ ମୁଣ୍ଡ ରେ ଥିବା କଡକିଆ ପୁଷ୍କରିଣୀ ରେ ବିସର୍ଜନ କରା ଯାଇଥିଲା। ସେହି ପରି ନିକଟସ୍ଥ ମଇଁଷି ଗୋଠ ଠାରେ ଦୂର୍ଗା ପୂଜା ଅନୁଷ୍ଠିତ ହୋଇ ଆଜି ମା ଙ୍କ ଭସାଣୀ ଉତ୍ସବ ଅନୁଷ୍ଠିତ ହୋଇ ଥିଲା। ମା ଦୂର୍ଗା ଙ୍କୁ ଦର୍ଶନ କରିବାକୁ ଉଭୟ ସ୍ଥାନ ରେ ପ୍ରବଳ ଭିଡ଼ ଲାଗି ଥିଲା। ଚାରିଛକ ଥାନା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।
 
 
 
 
 

Leave a Reply

Your email address will not be published. Required fields are marked *