ଶ୍ରୀ ମନ୍ଦିର ଯିବ ପୋଢ଼ୁଆଁ ଭାର । ପ୍ରସ୍ତୁତି ବୈଠକ ଅନୁଷ୍ଠିତ।
ଚାରିଛକ, ଆଜି ପର୍ଯ୍ୟନ୍ତ ନିୟୁଜ(ସନ୍ତୋଷ ଦାଶ) ଆସନ୍ତା ନଭେମ୍ବର ମାସରେ ସାରା ରାଜ୍ୟରେ ପାଳନ ହେବ ଓଡ଼ିଆ ସଂସ୍କୃତି ଓ ପରମ୍ପରା ସହିତ ଜଡିତ ପୋଢ଼ୁଆଁଷ୍ଟମୀ। ଓଡ଼ିଆ ପରିବାର ର ଜ୍ୟେଷ୍ଠ ସନ୍ତାନ ନବ ବସ୍ତ୍ର ପରିଧାନ କରି ପୋଢ଼ୁଆଁ ହେବେ। ମାମୁଁ ଘରୁ ସବୁ ଭଣଜା ଓ ଭାଣେଜି ଙ୍କ ପାଇଁ ଆସିବ ପୋଢ଼ୁଆଁ ଭାର। ମାନବୀୟ ଲୀଳା କରୁଥିବା ଆମ ରାଜ୍ୟ ର ଲୋକ ଦେବତା ଶ୍ରୀ ଜଗନ୍ନାଥ ଙ୍କ ମାମୁଁ ଘର ପ୍ରାଚୀ ଉପତ୍ୟକା ର ମାଧବ ଗ୍ରାମ ର ଦୁର୍ଗାମାଧବ ମନ୍ଦିର ରୁ ଚତୁର୍ଦ୍ଧା ମୂର୍ତ୍ତୀ ଙ୍କ ପାଇଁ ନଭେମ୍ବର ୧୧ ତାରିଖ ଦିନ ଏଠାରୁ ଯିବ ପୋଢ଼ୁଆଁ ଭାର। କିପରି ଶ୍ରୀ ଜିଉ ମାନଙ୍କ ପାଇଁ ଫଳ, ମୂଳ, ବସ୍ତ୍ର , ତୁଳସୀ ଯୋଗାଡ ହେବ ଆଉ କିପରି ଶୋଭାଯାତ୍ରା ରେ ଭାର ସବୁ ପୁରୀ ଶ୍ରୀ କ୍ଷେତ୍ର କୁ ନିଆଯାଇ ଶ୍ରୀ ମନ୍ଦିର ପ୍ରଶାସନ ନିକଟରେ ଦାଖଲ ହେବ ସେ ସମ୍ପର୍କ ରେ ସ ବିଶେଷ ଆଲୋଚନା କରିବା ଆଜି ଏକ ପ୍ରସ୍ତୁତି ବୈଠକ ଚାରିଛକ ସ୍ଥିତ ଏକାନ୍ତ ଆଶ୍ରମ ଠାରେ ଅନୁଷ୍ଠିତ ହୋଇଥିଲା। ମାଧବାନନ୍ଦ ଜିଉ ବିକାଶ ପରିଷଦ ର ସଭାପତି ଅଶୋକ କୁମାର ପୁଷ୍ପାଳକ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକ ରେ ମାଧବ ମନ୍ଦିର ହେଡଟାରି ଟ୍ରଷ୍ଟି ପ୍ରଶାନ୍ତ କୁମାର ଦେବ ଗୋସ୍ୱାମୀ, ଦୁଯ୍ୟୋଧନ ମହାନ୍ତି, ରାମଚନ୍ଦ୍ର ଜେନା, ଜ୍ୟୋତି ରଞ୍ଜନ ମହାନ୍ତି, ପ୍ରଦୀପ୍ତ କୁମାର ସ୍ୱାଇଁ, ପ୍ରଶାନ୍ତ କୁମାର ବେହେରା, ଦେବେନ୍ଦ୍ର ଦାଶ, କୈଳାସ ଚନ୍ଦ୍ର ମୁଦୁଲି, ରବୀନ୍ଦ୍ର କୁମାର ବେହେରା, ତ୍ରିଲୋଚନ ବେହେରା, ଅଭୟ କୁମାର ଦାସ, ବାବା ଶ୍ରଦ୍ଧାନନ୍ଦ ଦାସ,ଅଶୋକ କୁମାର ଖୁଣ୍ଟିଆ ପ୍ରମୁଖ ଯୋଗଦେଇ ଭାର ସଂଗ୍ରହ ଓ ଯାତ୍ରା ସମ୍ପର୍କ ରେ ସ ବିଶେଷ ଆଲୋଚନା କରିଥିଲେ। ଚାରିଛକ ଥାନା ପୋଲିସ କୁ ସବୁ ପ୍ରକାର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ଏକ ପତ୍ର ଦିଆ ଯାଇ ଅନୁରୋଧ କରା ଯାଇଛି।
