Uncategorized

ପ୍ରତି ଗାଁ ଉତ୍ସବ ମୁଖର ହୋଇ ପଡ଼ିଚନ୍ଦ୍ର ଙ୍କୁ ପୂଜା କରି ଆଞ୍ଜୁଳି ଟେକିଲେ କୁମାରୀ।

Spread It

ଚାରିଛକ ଆଜି ପର୍ଯ୍ୟନ୍ତ ନିୟୁଜ),(ସନ୍ତୋଷ ଦାଶ) ଆଜି ଥିଲା କୁମାରୋତ୍ସବ। ପାରମ୍ପରିକ ପ୍ରଥାନୁସାରେଚାରିଛକ ,କାକଟପୁର, ଅସ୍ତରଙ୍ଗ, ନୟାହାଟ ଅଞ୍ଚଳ ର ଗାଁ ଗାଁ ରେ କୁମାରୀ ମାନେ ପ୍ରାତଃ ରୁ ସ୍ନାନ କରି ନବ ବସ୍ତ୍ର ପରିଧାନ କରି ଜ୍ୟେଷ୍ଠ ମାନ ଙ୍କୁ ପ୍ରଣାମ କରି ଆଶ୍ରିବାଦ ଭିକ୍ଷା କରିଥିଲେ। ସଂଧ୍ୟା ରେ ସମସ୍ତେ ଏକଜୁଟ ହୋଇ ଚଉରା ମୂଳରେ ଫଳ ମୂଳ ରେ ଚକଟା ଭୋଗ ପ୍ରସ୍ତୁତ କରି ଦେବୀ ବୃନ୍ଦାବତୀ ଓ ଚାନ୍ଦ ( ଜହ୍ନ) ଙ୍କୁ ଅର୍ପଣ କରିବା ସହିତ ଚାନ୍ଦ କୁ ଫୁଲ, ଦୂବ, ବରକୋଳି ପତ୍ର ରେ ଆଞ୍ଜୁଳି ଟେକିଥିଲେ। ଆଉ ସମସ୍ତେ ମିଶି ଗାଇଥିଲେ ଫୁଲ ବଉଳ ବେଣୀ ଗୀତ। କୁମାରୀ ମାନଙ୍କ ଫୁଲ ବଉଳ ବେଣୀ ଗୀତ ରେ ଗାଁ ଦାଣ୍ଡ ପ୍ରକମ୍ପିତ ହୋଇ ଉଠିଥିଲା। ଗାଁ ଦାଣ୍ଡ, କୋଠ ଘର ପରିସର, ଗ୍ରାମଦେବତୀ ଙ୍କ ପୀଠ ଠାରେ କୁମାରୀ ମାନେ ପୁଚି ଖେଳ ଖେଳିଥିଲେ। କୁମାରୀ ମାନେ ଚଉରା ମୂଳରେ ଚକଟା ଭୋଗ ଖାଇ ଯିଏ ଯାହା ଘରକୁ ଫେରି ଥିଲେ। କେତେକ ସ୍ଥାନ ରେ କୁମାରୀ ମାନେ କରିଥିବା ଜହ୍ନି ଓଷା କୁ ଉଦଯାପନ କରିଥିଲେ। କୁମାରୋତ୍ସବ ପାଇଁ ଥିଲା।

Leave a Reply

Your email address will not be published. Required fields are marked *