ଡ଼ଙ୍ଗାରେ ବସିବାର ଅନୁଭୂତିପାଇବେ ଜୟଗୁରୁ ଆଶୟମ ପେନାଲ ବନ୍ଧ ରାସ୍ତାରେ
ନିମାପଡ଼ା,( ଆଜିପର୍ଯ୍ୟନ୍ତ ନିୟୁଜ) କୈାଣସି ବ୍ୟକ୍ତି ଯଦି ଡ଼ଙ୍ଗାରେ ବସିବାର ଅନୁଭୂତି ପାଇନଥିବେ ତାହାଲେ ନିମାପଡ଼ାର ଜୟଗୁରୁ ଆଶ୍ରମ ଠାରୁ ବାଇକ ହେଉକି କାର ହେଉ ଯେଉଁଥିରେ ବସି ଏହିରାସ୍ତାରେ ଯାତାୟତ କଲେ ଅନୁଭବ କରିବେ ଡ଼ଙ୍ଗାରେ ବସିବା ଭଳି । ଏଥିପାଇଁ ଜଳସେଚନ ବିଭାଗ ଶୁଖିଲାରେ ଡ଼ଙ୍ଗାରେ ବସିବା ଅନୁଭୂତି ଯୋଜନା କାର୍ଯ୍ୟ କରିବାକୁ ଯାଉଥିବା ଶୁଣିବାକୁ ମିଳୁଛି। ନିମାପଡ଼ା ଶାଖା କେନାଲ ଜୟଗୁରୁ ଆଶ୍ରମ ଠାରୁ ସୁସଲିମ ବସ୍ତି ପର୍ୟ୍ୟନ୍ତ ରାସ୍ତା ଏନ.ଏ.ସିର ଏକ ପ୍ରମୁଖ ରାସ୍ତାଭାବେ ପରିଚିତ। ଉକ୍ତ ରାସ୍ତା ନିମାପଡ଼ା କଲେଜ, କୋର୍ଟ ଏବଂ ବଳଙ୍ଗା ରାସ୍ତାକୁ ଯୋଡ଼ୁଥିବାବେଳେ ବାମନାଳ କୁ ଯିବାପାଇଁ ଏହି ରାସ୍ତା ଉପରେ ହଜାରହଜାର ଲୋକ ନିର୍ଭର କରିଥାନ୍ତି। ସେହିଭଳି ନିମାପଡ଼ାରେ ଥିବା ତହସିଲ ,ଓ ବ୍ଲକ ସମେତ ସରକାରୀ ଅଫିସକୁ ଜନସାଧାରଣ ଏହି କେନାଲବନ୍ଧ ରାସ୍ତା ଉପରେ ନିର୍ଭରକରି ଯାତାୟତ କରିଥାନ୍ତି। ଦୀର୍ଘମାସଧରି ଏହିରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି। ଏହି ରାସ୍ତାକୁ ନିର୍ମାଣ କରିବାକୁ ନେଇଥିବା ଠିକାସଂସ୍ଥା ବିଭାଗୀୟ ନିର୍ଦ୍ଦେଶକୁ ଅଣଦେଖା କରୁଥିବା ଅଭିଯୋଗ ହୋଇଛି। ଜଣେ ପାଠକ ପ୍ରଭାକର ନନ୍ଦ ନାମକ ସଚେତନ ବରିଷ୍ଠ ନାଗରିକ ରାସ୍ତାର ଶୋଚନୀୟ ଅବସ୍ଥାର ଫଟ ଉଠାଇ ପଠାଇଛନ୍ତି।
