ପୁରୀ ରେ ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ଜୟନ୍ତୀ ପାଳିତ।
ପୁରୀ (ଆଜି ପର୍ଯ୍ୟନ୍ତ ନିୟୁଜ) ପୁରୀ ଜିଲ୍ଲା ରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୮ ତମ ଜନ୍ମ ଜୟନ୍ତୀ ଆଜି ପାଳିତ ହୋଇଥିଲା।ସକାଳ ୭ ଘଟିକା ୩୦ ମିନିଟ ସମୟରେ ସିଂହଦ୍ୱାର ଠାରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ରେ ଜିଲ୍ଲା ପ୍ରଶାସନ,ସୂଚନା ଓ ଲୋକ ସମ୍ପର୍କ କାର୍ୟ୍ୟାଳୟ ପକ୍ଷରୁ ଆୟୋଜିତ କାର୍ୟ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ସର୍ବୋଦୟ ମେଳା ସଭାପତି ଉମା ବଲ୍ଲଭ ମହାପାତ୍ର,ସମ୍ପାଦକ ଶିବ ପ୍ରସାଦ ମିଶ୍ର,ବରିଷ୍ଠ ପତ୍ରକାର ଜଗନ୍ନାଥ ବସ୍ତିଆ,ଜ୍ୟୋସ୍ନା ମୟୀ ନାୟକ, ପୁରୀ ସେବା ସମିତିର ସମ୍ପାଦକ ସମ୍ପାଦକ ସୌମେନ୍ଦ୍ର ଦାସ,ବରିଷ୍ଠ ନାଗରିକ ବିଶ୍ୱନାଥ ବେହେରା, ସମାଜସେବୀ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମାଲ୍ୟାର୍ପଣ କରାଯାଇଥିଲା।ପରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସାକ୍ଷୀ ଗୋପାଳ ବସଷ୍ଟାଣ୍ଡ ରେ ଥିବା ପଞ୍ଚସଖାଙ୍କ ପ୍ରତିମୂର୍ତ୍ତି, ସାକ୍ଷୀ ଗୋପାଳ ମନ୍ଦିର ସମ୍ମୁଖରେ ଥିବା ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି, ବକୁଳ ବନରେ ଥିବା ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି , ସମାଧି ସ୍ଥଳରେ ଥିବା ସ୍ମୃତି ସ୍ତମ୍ଭ, କାଦୁଆ ସ୍ଥିତ ଗୋପବନ୍ଧୁ ଓ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା।ପରେ ପରେ ସୁଆଣ୍ଡୋସ୍ଥିତ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି, ଗୋପବନ୍ଧୁ ଙ୍କ ଷଠି ଘରେ, ଗୋପବନ୍ଧୁ ପାର୍କ ସ୍ଥିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ରେ ଅତିଥି ମାନେ ମାଲ୍ୟାର୍ପଣ କରିଥିଲେ। ଶେଷରେ ପ୍ରଭୁ ବିନୋଦ ବିହାରୀ ଙ୍କ ମନ୍ଦିର ପରିସରରେ ଆୟୋଜିତ କାର୍ୟ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ଯୋଗ ଦେଇ ଗୋପବନ୍ଧୁଙ୍କ ଜୀବନୀ,ଆଦର୍ଶ ଓ ତ୍ୟାଗ ପୂତ ଜୀବନ ସମ୍ପର୍କରେ ଆଲୋକପାତ କରିଥିଲେ।ଅତିରିକ୍ତ ଜିଲ୍ଲାପାଳ ଙ୍କ ସହ ଅନ୍ୟାନ୍ୟ ଅତିଥି ମାନେ ଯୋଗ ଦେଇ ମାଲ୍ୟାର୍ପଣ ସହ ପୂର୍ବରୁ ଗୋପବନ୍ଧୁ ଙ୍କ ଜୟନ୍ତୀ ଉପଲକ୍ଷେ ଆୟୋଜିତ ବିବିଧ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ।କାର୍ୟ୍ୟକ୍ରମ ରେ ସତ୍ୟବାଦୀ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ, ବିଡ଼ିଓ ଦେବାଶିଷ ନାୟକ,ଆଇଆଇସି ବିଜୟ କେତନ ବେହେରା,ଗୋପବନ୍ଧୁ ସ୍ମୃତି ପରିଷଦର ସଭାପତି ଧୀରେନ୍ଦ୍ର ନାଥ ଦାସ,ଅନ୍ୟାନ୍ୟ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ମାଲ୍ୟାର୍ପଣ ସହ ସ୍ମୃତି ଚାରଣ କରିଥିଲେ।
