Uncategorized

ଜିଲାସ୍ତରୀୟ ବରିଷ୍ଠ ନାଗରିକ ଦିବସ ସାରୋହ ଓ ସମ୍ବର୍ଦ୍ଧନା

Spread It

ପୁରୀ (ଆଜି ପର୍ଯ୍ୟନ୍ତ ନିୟୁଜ) ଆଜି ପୁରୀ ମୁନ୍ୟିସପାଲଟି ଟାଉନ ହଲ ରେ ପୁରୀ ଜିଲା ପ୍ରାଶାସନ ପକ୍ଷରୁ ବରିଷ୍ଠ ନାଗରିକ ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି। ପ୍ରଶାସନ ପକ୍ଷରୁ ବରିଷ୍ଠ ନାଗରିକମାନଙ୍କୁ ଯୋଗଦେଇଥିବା ମୁଖ୍ୟ ଅତିଥି ଅତିରିକ୍ତ ଜିଲାପାଳ (ପ୍ରଶାସନ) ଶରତ ଚନ୍ଦ୍ର ବେହେରା ଉପଢୈାକନ ଦେଇ ସମ୍ମାନ୍ନିତ କରିଥିଲେ। ପୁରୀ ଜିଲାର ସର୍ବାଧିକ ବୟସର ୧୦୯ ବର୍ଷ ବ୍ୟକ୍ତି ଲକ୍ଷ୍ମୀଧର ଭୋଇଙ୍କଦ୍ବାରା ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା। ଅତିରିକ୍ତ ଜିଲାପାଳ ୧୦୯ ବର୍ଷର ଲକ୍ଷ୍ମୀଧର ଭୋଇଙ୍କୁ ଉପଢୈାକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ସମାଜରେ ପିତାମାତାହେବାପରେ ତାଙ୍କ ପିଲାମାନେ କେହି ପାଖରେ ରହୁନାହାଁନ୍ତି, ଦେଶ ବିଦେଶରେ ଚାକିରୀ ସ୍ଥଳରେ ରହୁଛନ୍ତି। ସେମାନେ ସମାଜରେ ଅବହେଳିତ ଅବସ୍ଥାରେ ରହୁଛନ୍ତି।। ସରକାର ପୁରୀରେ ଏକ ଇନଷ୍ଟିଚ୍ୟୁଟକୋଲିଛନ୍ତି। ସେଠାରେ ରହିବା ଖାଇବା ବ୍ୟବସ୍ଥା କରାଯାଇଛି। । ସ୍ବାସ୍ଥ୍ୟ ସେବାସହ ଯୋଗାଭ୍ୟାସ କରିବାପାଇଁ ବ୍ୟବସ୍ଥା ରହିଛି।। ବରିଷ୍ଂ ନାଗରିକମାନଙ୍କର ସ୍ବାସ୍ଥ୍ୟ ଠିକ ରହିଲେ ଆମ ସମାଜ ଠିକ ରହିବ। ଆପଣମାନଙ୍କ ଉପଦେଶ ଆମମାନଙ୍କୁ ପ୍ରେରଣା ଯୋଗାଇବେ।। ଜିଲା ସମାଜ ମଙ୍ଗଳଅଧିକାରୀ ତନୁପ୍ରଭା ବେଉରା କହିଥିଳେ ସରକାର ସରକାର ବରିଷ୍ଠ ନାଗରିକମାନଙ୍କ ପାଇଁ ସବୁ ପ୍ରକାର ସୁବିଧା ଯୋଗାଇ ଦେଉଚନ୍ତି। ଏନଜିଓମାନଙ୍କ ମାଧ୍ୟମରେ ବୃଦ୍ଧ୍ରାାଶ୍ରମ ସ୍ଥଳି ଠାରୁ ଆରମ୍ଭକରି ମାଗଣାରେ ଭାରତ ଭ୍ରମଣ କରିବାପାଇଁ ପଦକ୍ଷେପ ନେଉଛନ୍ତି।। ବିଭାଗପକ୍ଷରୁ ମନୋରଞନ ପାଇଁ ସାଂସ୍କୃତିକ କାର‌୍ୟ୍ୟକ୍ରମ ପରିବେଶର କରାଯାଇଥିଲା। ଜିଲା କଲ୍ୟାଣ ଅଧିକାରିଣୀ ମମତାରାଣୀ ପରିଡ଼ା, ଅତିଥିପରିଚୟ ଓ ଜିଲା ସାମାଜିକ ଓ ସୁରକ୍ଷା ଅଧିକାରିଣୀ ଅନୀତା ପଟ୍ଟନାୟକ ସ୍ବାଗତ ଭାଷଣ ଦେଇଥିଳେ।ସୂଚନା ଲୋକସଂପର୍କ ଅଧିକାରୀ ପ୍ରଦିପ୍ତ କୁମାର ସେନାପତିଙ୍କ ସମେତ ଜିଲାର ବରିଷ୍ଠ ନାଗରିକମାନେ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *