ଶିକ୍ଷା ସଂସ୍କୃତି ଉତ୍ଥାନ ନ୍ୟାସ
ପୁରୀ (ଏପି ନ୍ୟୁଜ) ଶିକ୍ଷା ସଂସ୍କୃତି ଉତ୍ଥାନ ନ୍ୟାସ ତାହାର ଆରମ୍ଭ ସମୟରୁ ଶିକ୍ଷାରେ ଭାରତୀୟ ଜ୍ଞାନ ପରମ୍ପରାକୁ ଆଧାର କରି, ବର୍ତ୍ତମାନ ଓ ଭବିଷ୍ୟତର ଆଧୁନିକ ଆବଶ୍ୟକତାଙ୍କ ସହ ମିଶାଇ, ଦେଶର ଶିକ୍ଷାକୁ ଏକ ନୂଆ ପରିକଳ୍ପନା ଦେଇ ଭାରତୀୟ ଶିକ୍ଷାର ପୁନରୁତ୍ଥାନ ପାଇଁ ପ୍ରୟାସ ଚାଲାଇ ଆସୁଛି। ଭାରତରେ ଶିକ୍ଷାର ଉଦ୍ଦେଶ୍ୟ କେବଳ ଜୀବିକା ଉପାର୍ଜନ ନୁହେଁ, ବରଂ ମଣିଷକୁ ‘ସମ୍ପୂର୍ଣ୍ଣ ମଣିଷ’ଭାବେ ଗଢିତୋଳିବା।
ଏହି ପରିପ୍ରେକ୍ଷୀରେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଶ୍ରୀ ସଦାଶିବ ପରିସର, ପୁରୀ ଓଡ଼ିଶା ଓ ଶିକ୍ଷା ସଂସ୍କୃତି ଉତ୍ଥାନ ନ୍ୟାସ, ନୂଆଦିଲ୍ଲୀର ସଂଯୁକ୍ତ ତତ୍ତ୍ୱାବଧାନରେ ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ ସନ୍ଦର୍ଭରେ ଭାରତୀୟ ଜ୍ଞାନ ପରମ୍ପରା ଶୀର୍ଷକ ତ୍ରୀ-ଦିବସୀୟ ରାଷ୍ଟ୍ରୀୟ ସଂଗୋଷ୍ଠୀ ଅକ୍ଟୋବର ୧୨ରୁ୧୪ ତାରିଖ ପର୍ୟ୍ୟନ୍ତ ଶ୍ରୀ ସଦାଶିବ ପରିସରରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଶ୍ରୀନିବାସ ବରଖେଡିଙ୍କ ସଂରକ୍ଷଣରେ ଓ ପରିସରର ନିର୍ଦ୍ଦେଶକ ପ୍ରଫେସର ପ୍ରଭାତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ପ୍ରଚଳିତ ଅଛି । ଉଦ୍ଘାଟନ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ, ଓଡ଼ିଶା ସରକାର ଶ୍ରୀମାନ ସୁରଜ ସୂର୍ୟ୍ୟବଂଶୀ ଏବଂ ବିଶିଷ୍ଟ ଅତିଥି ଭାବେ ମାନ୍ୟବର ଦକ୍ଷତା ବିକାଶ, ବୈଷୟିକ ଶିକ୍ଷା ତଥା ଶିଳ୍ପ ମନ୍ତ୍ରୀ, ଓଡ଼ିଶା ସରକାର ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ବ୍ୟତୀତ ଶିକ୍ଷା ସଂସ୍କୃତି ଉତ୍ଥାନ ନ୍ୟାସ,ନୂଆଦିଲ୍ଲୀର ସଚିବ ଡକ୍ଟର ଅତୁଲ କୋଠାରୀ, ଏବଂ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର ମହାସଚିବ ଡକ୍ଟର ପଙ୍କଜ ମିତ୍ତଲ ଉପସ୍ଥିତ ରହିଥିବା ବେଳେ ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ମାନ୍ୟବର ମୋହନ ଚରଣ ମାଝି ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି ବୋଲି ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।
