ଶରୀର ସହିତ ସଂଯୋଗ ହେଲା ମା ଦକ୍ଷିଣ କାଳୀଙ୍କ ମସ୍ତକ। ଆଜି ମଧ୍ୟରାତ୍ରରେ ଅନୁଷ୍ଠିତ ହେବ ମା କାଳୀଙ୍କ ଗୁପ୍ତ ପୂଜା
ପୁରୀ/ସତ୍ୟବାଦୀ: ଆଜି କାର୍ତ୍ତିକ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥି ଏବଂ ଆଲୋକର ପର୍ବ ଦୀପାବଳି,। ଅନ୍ଧାର ଉପରେ ଆଲୋକର ହେବ ଜୟ,ପାପ ଉପରେ ପୂର୍ଣ୍ୟ ର ହେବ ଜୟ। ଆଜି ମଧ୍ୟ ରାତ୍ରରେ ପୂଜା ପାଇବେ ମା କାଳୀ। ଏଥିପାଇଁ ଚଳ ଚଞ୍ଚଳ ବିଭିନ୍ନ କାଳୀ ପୀଠ।ସମାନ ଭାବରେ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ୍ ର ପ୍ରସିଦ୍ଧ କାଳୀ ପୀଠ ବିରଗୋବିନ୍ଦ ପୁର ଗ୍ରାମ ମଧ୍ୟ ହୋଇପଡ଼ିଛି ଉତ୍ସବ ମୁଖର। ପୂଜା ପାଇବେ ମା ଦକ୍ଷିଣ କାଳୀ, ଏଥିପାଇଁ ଗତକାଲି ସଂଧ୍ୟାରେ ସେବାୟତଙ୍କ ଦ୍ବାରା ମା’ଙ୍କ ମୃଣ୍ମୟ ମୂର୍ତ୍ତିଶରୀର ସହ ସଂଯୋଗ ହୋଇଛି ମସ୍ତକ।ମହାଭୈରବୀ ବେଶରେ ଦର୍ଶନ ଦେବେ ମା ଦକ୍ଷିଣ କାଳୀ। ଆଜି ମଧ୍ୟରାତ୍ରରେ ଅନୁଷ୍ଠିତ ହେବ ମା କାଳୀଙ୍କ ଗୁପ୍ତ ପୂଜା। ବଙ୍ଗୀୟ ପରମ୍ପରା ଅନୁଯାୟୀ ଦୀପାବଳୀ କୁ କାଳୀ ପୂଜା କୁହାଯାଏ। କାଳୀ ପୂଜା କୁ ଶ୍ୟାମା ପୂଜା ମଧ୍ୟ କୁହାଯାଏ।ପୈରାଣିକ କାହାଣୀ ଅନୁଯାୟୀ ଏହି ଦିନ ମା କାଳୀ ୬୪ ହଜାର ଯୋଗିନୀଙ୍କ ସହିତ ପ୍ରକଟ ହୋଇଥିଲେ ଏବଂ ରକ୍ତବୀଜ ଭଳି ରାକ୍ଷସ ଓ ମନ୍ଦବୁଦ୍ଧି ସମ୍ପନ୍ନ ବ୍ୟକ୍ତିଙ୍କୁ ହତ୍ୟା କରିଥିଲେ। ବିଶ୍ବାସ କରାଯାଏ ଯେ, ମଧ୍ୟରାତ୍ରରେ ମା କାଳୀଙ୍କୁ ପୂଜା କଲେ ସମସ୍ତ ଦୁଃଖ ଓ ଯନ୍ତ୍ରଣା ଦୂର ହୋଇଥାଏ।ମାତା ଆମ୍ବା ରକ୍ତ ଏବଂ ବୀଜ ନାମକ ରାକ୍ଷସମାନଙ୍କୁ ହତ୍ୟା କରିବା ପାଇଁ ମା କାଳୀଙ୍କ ରୂପ ଧାରଣ କରିଥିଲେ।ମା କାଳୀ ସର୍ବଦା ତାଙ୍କର ଭୟଙ୍କର ରୂପରେ ରୁହନ୍ତି। ତେଣୁ ତାଙ୍କୁ ପୂଜା କରିବା ସମୟରେ ବିଶେଷ ସତର୍କତା ଅବଲମ୍ବନ କରାଯାଏ। ଏହି ରାକ୍ଷସ ମାନଙ୍କୁ ହତ୍ୟା କରିବା ପରେ ମଧ୍ୟ ଯେତେବେଳେ ମା କାଳୀଙ୍କ କ୍ରୋଧ କମିନଥିଲା ଭଗବାନ ଶିବ ତାଙ୍କ ଆଗରେ ଶୋଇ ଯାଇଥିଲେ ଏହା ପରେ ମା କାଳୀ ଶାନ୍ତ ରୂପକୁ ଆସିଥିଲେ। ତେଣୁ ଦୀପାବଳୀ ଦିନ ମା କାଳୀଙ୍କ ଶାନ୍ତ ଅବତାର ଲକ୍ଷ୍ମୀଙ୍କୁ ମଧ୍ୟ ପୂଜା କରାଯାଏ।ସମସ୍ତ ବିକାର ଓ କଷ୍ଟକୁ ଦୂର କରିବାପାଇଁ କାଳୀ ମା’ଙ୍କୁ ପୂଜା କରାଯାଏ। ଏହି ଦିନ ଲୋକମାନେ ଯମରାଜଙ୍କ ପାଇଁ ଦୀପଦାନ କରନ୍ତି। ଏହି ଦିନ ସମସ୍ତ ନକରାତ୍ମକ ଶକ୍ତିକୁ ଜାଳି ଦିଆଯାଏ। ସୂଚନା ମୁତାବକ ବର୍ଷସାରା ଏହି ପୀଠରେ ମା ଦକ୍ଷିଣ କାଳୀଙ୍କ ପଟ୍ଟି ପୂଜା ହୋଇଥାଏ। ବର୍ଷକରେ ଥରେ ଏହି ପବିତ୍ର ଦିନ ଅବସରରେ ମା’ଙ୍କ ପୀଠରେ ମା ଦକ୍ଷିଣ କାଳୀଙ୍କ ମୃଣ୍ମୀୟ ମୂର୍ତ୍ତି ପୂଜା ଅନୁଷ୍ଠିତ ହେବ। ପ୍ରତିବର୍ଷ ଭଳି କାର୍ତ୍ତିକ ମାସ କୃଷ୍ଣପକ୍ଷ ଦ୍ଵିତୀୟା ତିଥି ଅବସରରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ ନିମନ୍ତେ ନିକଟସ୍ଥ ଗ୍ରାମ କାଳୀକା ପଡ଼ିଆରେ ମାଟି ଅନୁକୂଳ ହୋଇଥିଲା। ରୀତିନୀତି ଅନୁଯାୟୀ ମା’ଙ୍କ ପୂଜାର୍ଚ୍ଚନା କରାଯିବା ପରେ ଆଳତି ଧୂପ ଦୀପ ପ୍ରଜ୍ବଳନ କରାଯାଇଥିଲା ପରେ ଭୋଗ ଲାଗି ହେବା ପରେ ମୁଖ୍ୟ ପୂଜକଙ୍କ ପକ୍ଷରୁ ଆଜ୍ଞା ମାଳ ନିଆଯାଇ ସ୍ମଶାନ ଅଭିମୁଖେ ଯାଇଥିଲେ ସମସ୍ତ ପୂଜକ। ସ୍ମଶାନ ନିକଟରେ ପହଞ୍ଚି ପୂଜାର୍ଚ୍ଚନା କରାଯାଇ ସେହି ସ୍ଥାନରୁ ମାଟି ଅଣାଯାଇ ମୂର୍ତ୍ତି ନିର୍ମାଣ କରାଯାଇଥିଲା ଯାହା ଆଜି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ବିଭିନ୍ନ ରଙ୍ଗ ର ପ୍ରଲେପ ଦିଆଯାଇ ମା’ଙ୍କ ମୂର୍ତ୍ତିକୁ ପୂର୍ଣ୍ଣାଙ୍ଗ କରାଯାଇଥିଲା। ଓ ମା ମହାମାୟୀ ଭୈରବୀ ବେଶରେ ପୁଜା ପାଇଥିଲେ।
