Uncategorized

ନିମାପଡ଼ା ଏନ.ଏ.ସିରେ ମିଶ୍ରଣ ପ୍ରସ୍ତାବକୁ ବିରୋଧକରି ଗ୍ରାମବାସୀମାନେ ବିଡ଼ିଓଙ୍କୁ ଦେଲେ ଦାବୀପତ୍ର

Spread It

ନିମାପଡ଼ା (ଏ.ପି ନିୟୁଜ) ନିମାପଡ଼ା ଏନ.ଏ.ସି ତରଫରୁ ନିମାପଡ଼ା ବ୍ଲକ ର ନିମ୍ନଲିଖିତ ଗ୍ରାମ ଗୁଡିକୁ ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ମିଶିବା ପାଇଁ ନିମାପଡ଼ା ବିଡ଼ିଓଙ୍କୁ ପରିଷଦ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି ।ଏହାକୁ ବିରୋଧ କରି ତାଲିକାରେ ନାମ ଥିବା ଗ୍ରାମ ଗୁଡ଼ିକ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ନିମାପଡ଼ା ବ୍ଳକ ଅଧିନସ୍ଥ ଅନ୍ତୁଆର , ଅରିଷଣ୍ଢ, ଧଳେଶ୍ପର , ଡ଼େଣୁର୍ଅଁ, ଭିଲିଗ୍ରାମ , ଚଅଁରପଦା ପଞ୍ଚାୟତ ର ନିମ୍ନଗ୍ରାମଗୁଡ଼ିକ ଯଥା ଉହାଙ୍ଗ, ଅଲଣ୍ଡି, ତରଡ଼ାପଡା, କୁଂଆଶ, ବିଜିପୁର ମହାନ୍ତି ସାହି, ହଂସପଡା ବେହେରା ସାହି, ଵିଷ୍ଣୁପୁର, ଝାମ୍ପୁଲାକୁଦ, ଶ୍ୟାମ ସୁନ୍ଦରପୁର ଏବଂ ରାସବାଡି ମଠ ସାହି ର ଗ୍ରାମଗୁଡ଼ିକ ଏନ.ଏ.ସି ରେ ମିଶିବା ପ୍ରସ୍ତାବ କୁ ବିରୋଧକରି ଜିଲାପାଳ ଙ୍କଉଦ୍ଦେଶ୍ୟରେ ବିଡ଼ିଓ ଅଭିଜିତ ଷଡ଼ଙ୍ଗୀଙ୍କ ସମେତ ନଗର ଉନ୍ସନୟନ ବିଭାଗର ମସ୍ତ ଉଚ୍ଚ ପଦାଧିକାରୀ ମାନଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି..।.

Leave a Reply

Your email address will not be published. Required fields are marked *