ପ୍ରେସ କ୍ଲବ ପକ୍ଷରୁ ସ୍କୁଲ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗିତା
ନିମାପଡ଼ା,( ଆଜି ପର୍ଯ୍ୟନ୍ତ ନିୟୁଜ) ନିମାପଡ଼ା ପ୍ରେସ କ୍ଲବର ବାର୍ଷିକ ଉତ୍ସବ ପାଳନ ପାଇଁ ନିମାପଡ଼ା ଏନ.ଏ.ସି ଅଞ୍ଚଳ ମଧ୍ୟରେ ଥିବା ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ଚିତ୍ରାଙ୍କନ ଏବଂ ପ୍ରବନ୍ଧ ପ୍ରତିଯୋଗିତା ଆଜି ଟାଉନହଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରେସ କ୍ଲବ ସଭାପତି ଅକ୍ଷୟ କୁମାର ବେହେରା, ସଂପାଦକ ରାମାକାନ୍ତ ବେହେରା ଙ୍କ ସମେତ ସମସ୍ତ କର୍ମକର୍ତ୍ତାମାନେ ଉପସ୍ଥିତରହି ସହଯୋଗ କରିଥିଲେ। ଚିତ୍ରାଙ୍କନ ପ୍ରତିଯୋଗିତା ଟାଉନହଲରେ ଅନୁଷ୍ଠିତ ହୋଇଥିବାବେଳେ ପ୍ରବନ୍ଧ ପ୍ରତିଯୋଗିତା ହାଇସ୍କୁଲରେ ଅନୁଷ୍ଠିତ ହୋଇଥିଲା । ଉପଦେଷ୍ଟା ଶରତ ସେନାପତି , ବିଚିତ୍ରାନନ୍ଦ ସାହୁ ,ଉପସଭାପତି ପୁର୍ଣ୍ଣ ଚନ୍ଦ୍ର ମହାପାତ୍ର,, ସଂଗଠନ ସଭାପତି ସୁଦର୍ଶନ ବେହେରା, ପ୍ରଦ୍ୟୁମ୍ନ ବେହେରା, ପ୍ରତାପ ପଣ୍ଡା,ପ୍ରମୁଖ ଉପସ୍ଥିତରହି ପ୍ରତିଯୋଗିତା ପରିଚାଳନା କରିଥିଲେ।
