ଯୁବ ବ୍ୟବସାୟୀଙ୍କ ବିୟୋଗରେ ଶୋକସଭା ଓ ବଜାର ବନ୍ଦ।
ଚାରିଛକ ଏ.ପି ନିୟୁଜ-,(ସନ୍ତୋଷ ଦାଶ) ଚାରିଛକ ବଜାରର ଯୁବ ବ୍ୟବସାୟୀ ଶ୍ରୀଧର ସାହୁ ଙ୍କର ଗତ କାଲି ଅକାଳ ବିୟୋଗ ଘଟିବା ପରେ ଆଜି ବଜାର କମିଟିର ସଭାପତି ସନ୍ତୋଷ କୁମାର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା। ଏହି ଶୋକସଭା ରେ ବଜାରର ପୁର୍ବତନ ସଭାପତି ମହେନ୍ଦ୍ର କୁମାର ନାୟକ, ଭାବଗ୍ରାହୀ ନାୟକ, ସମ୍ପାଦକ ଲାଲଟୁ ପ୍ରସାଦ ପରିଡା, କୋଷାଧକ୍ଷ ବିରଞ୍ଚି ଖଟୋଇ, ମନୋଜ ସାହୁ, ଅଶୋକ ପରିଡା, ମହେଶ କୁମାର ବାଲି, ସଂଜୟ କୁମାର ବାରିକ, ବିବେକାନନ୍ଦ ଦାସ, ଅଶୋକ ସାହୁ, ବିଚିତ୍ର ସାହୁ, ମଙ୍ଗୁଳୀ ସାହୁ, ଦାମୋଦର ସାହୁ ଙ୍କ ସମେତ ଅନେକ ବ୍ୟବସାୟୀ ଯୋଗଦେଇ ମୃତ୍ୟୁବରଣ କରିଥିବା ଯୁବ ବ୍ୟବସାୟୀ ଶ୍ରୀଧର ସାହୁଙ୍କ ସ୍ମୁତି ଚାରଣ କରିଥିଲେ। ତାଙ୍କ ଅମର ଆତ୍ମା ର ସଦଗତି ପାଇଁ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥଲା । ତାଙ୍କ ସମ୍ମାନାର୍ଥେ ଆଜି ଦିନକ ପାଇଁ ଚାରିଛକ ବଜାର କୁ ବନ୍ଦ ରଖା ଯାଇଥିଲା।
