ମାଛ ଧରା ପ୍ରତିଯୋଗିତା
ନିମାପଡ଼ା, (ଏ.ପି .ନିୟୁଜ) ପୁରୀ ଜିଲାର ନିମାପଡ଼ା ଏନ.ଏ.ସି ଅନ୍ତର୍ଗତ ୮ ନଂ ୱାର୍ଡ଼ରେ ଥିବା ଗଡ଼ ଅଣ୍ଢିଆ ଗାମରେ ଥିବା ମହାଦିଆ ପୋଖରୀରେ ବନିଶ ମାଧ୍ୟମରେ ଟିକଟକରି ମାଛ ଧରିବା ପ୍ରତିଯୋଗିତା ଆସନ୍ତା ୬ ତାରିଖ ଠାରୁ ଆରମ୍ଭ ହେବ ବୋଲି ଆୟୋଜକ କେ ଭେଙ୍କଟ ରାଓ ସୁଚନା ଦେଇଛନ୍ତି। ଏହି ପ୍ରତିଯୋଗିତା ୫ ଦିନ ଧରିଚାଲିବ। ପ୍ରତିଯୋଗିମାନେ ପୋଖରୀର ମାଛମାନଙ୍କୁ ଖାଦ୍ୟ ବା ଥୋପ ମାଧ୍ୟମରେ ଧରିବାପାଇଁ ବହୁମୂଲ୍ୟର ଚରା (ଥୋପ) ବାବତରେ ବହୁ ଟଙ୍କା ଖର୍ଚ୍ଚ କରୁଛନ୍ତି। ପ୍ରତିଯୋଗୀମାନେ ମାଛ ଧରିବା ପାଇଁ ବନିଶ ଓ ତାର କଣ୍ଟା ଗୁଡ଼ିକ ବିଦେଶରୁ ଅନଲାଇନମାଧ୍ୟମରେ ୫ରୁ ୧୦ ହଜାର ଟଙ୍କା ବିନିମୟରେ କିଣିଥିବା ଜଣାଯାଏ। ପ୍ରତଯୋଗୀମାନେ ମାଛ ଧରି ଆମିଶ ଖାଇବେ ସାଙ୍ଗସାଥିମାନଙ୍କୁ ମାଛ ଖୁଆଇବେ କାର୍ତ୍ତିକ ମାସ ଯାକ ଆମିଶ ତ୍ୟାଗ କରିଥିଲେ ମାଛ ଖରାଇ ଛାଡ଼ କରିବେ ବୋଲି ଆଳୋଚନା ହେଉଛି। ମାଛ ଧରା ପ୍ରତିଯୋଗିତାରେ ୫ ଦିନର ଅଶଂ ଗ୍ରହଣ କରିବା ୩ହଜାର ଟଙ୍କା ମୂଲ୍ୟ ଦେଇ ଟିକେଟ କରିଥିବାସୁଚନା ପ୍ରକାଶ ପାଇଛି
