Uncategorizedରାଜ୍ୟ

ଜାତୀୟ ପ୍ରେସ ଦିବସ ଏବଂ ବାର୍ଷିକ ଉତ୍ସବ ପାଳନ

Spread It

ନିଜପାଇଁ ସ୍ବାର୍ଥ ପାଇଁ ନୁହେଁ ଅଞ୍ଚଳ ପାଇଁ କାମ କର ଉପ-ମୁଖ୍ୟମନ୍ତ୍ରୀଙ୍କ ପ୍ରଭାତୀ ପରିଡ଼ାଙ୍କ ଆହ୍ବାନ
ନିମାପଡ଼ା (ଏ.ପି ନ୍ୟିୁଜ) ଜାତୀୟ ପ୍ରେସ ଦିବସ ଏବଂ ପ୍ରେସ କ୍ଲବର ଦ୍ବିତୀୟ ବାର୍ଷିକ ଉତ୍ସବ ଟାଉନହଲ ପରିସରରେ ପାଳନ ଅବସରରେ ମୁଖ୍ୟଅତିଥିଭାବେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ ସମ୍ବାଦିକମାନଙ୍କୁ ଆହ୍ବାନ ଦେଇ କହିଥିଳେ ନିଜ ସ୍ବାର୍ଥ ଛାଡ଼ି ସପ୍ତାହରେ ଗୋଟିଏଦିନ ନିଜ ଅଞ୍ଚଳର ସ୍ବାର୍ଥ ପାଇଁ କାମ କର। ଆମ ସରକାର ଦାୟିତ୍ବ ଗ୍ରହଣ କଲାପରେ ସାମ୍ବାଦିକ ମାନଙ୍କ ପାଇଁ ସୁବର୍ଣ୍ଣ ଯୁଗ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ଆହ୍ବାନରେ ଆମଦେଶ ତୃତୀୟ ଅର୍ଥର୍ନୀତି ଶକ୍ତି ହେବାକୁ ଯାଉଛି। ମିଥ୍ୟାଖବର ପ୍ରସାରଣ ହେବାଦ୍ବାରା ସମ୍ପର୍କ ମଧ୍ୟରେ ଖରାପ ହୋଇ ଯାଇଥାଏ ଏବଂ ସମାଜରେ ଏହାର କୁପ୍ରଭାବ ପକାଇଥାଏ। ଆଜିର ଡ଼ିଜିଟାଲ ଯୁଗରେ ଡ଼ିଜିଟାଲ ଆରେଷ୍ଟ ପାଇଁ ଫୋନ ଆସିଲେ ଫୋନ ସୁଇଚଅଫ କରିଦିଅ। ନିମାପଡ଼ାର ସମ୍ବାଦିକମାନେ ପ୍ରମୁଖ ଭୂମିକା ଗ୍ରହଣ କରି ଉତ୍କର୍ଷ ନିମାପଡ଼ା ଗଠନରେ ସହାୟକ ହୁଅନ୍ତୁ। ଆମସରକାର ପୁଜ୍ୟପୁଜାକୁ ଭୁଲିନାହିଁ ବୋଲି ଊପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା କହିଥିଲେ। ଜାତୀୟ ପ୍ରେସ ଦିବସ ପାଳନ ରେ ସମ୍ମାନୀୟ ଅତିଥିଭାବେ ପୁରୀ ଜିଲା ଲୋକସଂପର୍କ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଯୋଗଦେଇ ସମାଜିକ ଗଣମାଧ୍ୟମରେ ବହୁ ଖବର ମିଥ୍ୟା ଖବର ପ୍ରସାରଣ ହେଉଥିବା ଉଲେଖ କରିଥିଲେ । ସମାଜିକ ଗଣ ମାଧ୍ୟମରେ ଖବରକୁ ଯାଞ୍ଚ କରାନଯାଇ ମୋବାଇଲ ପୋନ ମାଧ୍ୟମରେ ପ୍ରସାରଣ କରାଯାଉଛି। ମିଥ୍ୟା ଖବର ଠାରୁ ଦୂରେଇ ରହିବାର ଉପାୟ ବିଷୟରେ କହିଥିଲେ। ପ୍ରେସ କ୍ଲବ ସଭାପତି ଅକ୍ଷୟ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ସଂପାଦକ ରମାକାନ୍ତ ବେହେରା ବାର୍ଷିକ ବିବରଣୀ ପାଠ କରିଥିଲେ।। ବିଶିଷ୍ଟ ସମ୍ବାଦିକ ପ୍ରତାପ ମହାନ୍ତି, ପୁର୍ଣ୍ର ଚନ୍ଦ୍ର ମହାପାତ୍ର, ଶରତ କୁମାର ସେନାପତି, ମାନସ କୁମାର ଦାସ,ଶକ୍ତି ପ୍ରସାଦ ରଥ,ସମ୍ବର୍ଦ୍ଦିତ କରାଯାଇଥିଲା। ବରିଷ୍ଠ ସମ୍ବାଦିକ ବିଚିତ୍ରାନନ୍ଦ ସାହୁ ଧନ୍ୟବାଦ ପ୍ରସ୍ତାବ ଦେଇଥିଲେ। ପ୍ରେସକ୍ଲବର ସମ୍ବାଦିକ ଭବନ ନିର୍ମାଣ ସଂପର୍କରେ ଏବଂ ସମ୍ବାଦିକ ସୁରକ୍ଷା ଆଇନ ଆଣିବାକୁ ଊପମୁଖ୍ୟମନ୍ତ୍ରୀ ପରିଡ଼ାଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *