୭୮ ତମ ଏନ.ସି.ସି ଦିବସ ପାଳନ
ନିମାପଡ଼ା, (ଏ.ପି ନ୍ୟିୁଜ) ନିମାପଡ଼ା ହାଇସ୍କୁଲର ପକ୍ଷରୁ ୭୮ତମ ଏନ.ସିସି ଦିବସ ମହାସମାରୋହରେ ସ୍କୁଲ ପରିସରରେ ପାଳିତ ହୋଇଯାଇଛି। ଜୁନିଅର ଏନ.ସି.ସି ପକ୍ଷରୁ ନଭେମ୍ବର ମାସର ୪ର୍ଥ ରବିବାର କୁ ଏନ.ସି.ସି ଦିବସ ପାଳନ କରାଯାଇଥାଏ। ଏହି ଅବସରରେ ହାଇସ୍କୁଲର ଏନସିସି ସର୍ଜେଣ୍ଟ କୃଷ୍ଣମୋହନ ପରିଡ଼ାଙ୍କ ନେତୃତ୍ବରେ ଏନ,ସି.ସି କ୍ୟାଡ଼େଟମାନେ ଚିତାର୍ଷକ ପ୍ୟାରେଡ଼ କରିଥିଲେ। ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ପ୍ରଧାନ ଶିକ୍ଷକ ନନ୍ଦିତା ପରିଡ଼ା ଏବଂ ପରିଚାଳନା କମିଟି ସଭାପତି ସାମିମା ବେଗମ ମୁଖ୍ୟ ଅତିଥିଭାବେ ଯୋଗଦେଇ ଥିଲେ। ହାଇସ୍କୁଲ ଏନ.ସି.ସି କ୍ୟାଡ଼େଟ ମାନଙ୍କ ଠାରୁ ଅଭିଭାଦନ ଗ୍ରହଣ କରିବାସହ ପ୍ରଧାନ ଶିକ୍ଷକ ଶ୍ରୀମତୀ ସାହୁ ଏନ.ସି.ସି ପତକାକୁ ଉତ୍ତୋଳନ କରିଥିଳେ। ଏହି କାର୍ୟ୍ୟକ୍ରମରେ ଅତିଥିଭାବେ ଗଣମାଧ୍ୟମ ପ୍ରତିନିଧି ପ୍ରଶାନ୍ତ କୁମାର ସାହୁ ଓ ଚିତ୍ତରଞନ ମହାନ୍ତି ଯୋଗଦେଇ ଏନସିସି ଗଠନ ହେବା ଉଦ୍ଦେଶ୍ୟ ବିଷୟରେ କହିବାସହ ଛାତ୍ର ଜୀବନ ସମୟରେ ନିଜର ଲକ୍ଷ୍ୟ ସ୍ଥିର କର ବୋଲି ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଜ୍ୟୋତି ରଜଂନ ରଥ , ଦୁର୍ଗା ପ୍ରସାଦ ବାରିକ, ପ୍ରତାପ କୁମାର ପ୍ରଧାନ, ସିପ୍ରା ସ୍ବରଜିତା ବିଶ୍ବାଳ ,ସୁଗନ୍ଧା ଦେ ଓ ପ୍ରଫୁଲ ବେହେରା ପ୍ରମୁଖ ଉପସ୍ଥିତଥିଲେ। ଏନସିସିର ତୃତୀୟ ଅଫିସ ତଥା ଶିକ୍ଷକ ପ୍ରଦିପ୍ତ କୁମାର ବେହେରାଙ୍କ ତତ୍ବାବଧାନରେ ଏନ.ସି ସି ଦିବସ ପାଳିତ ହୋଇଥିଲା। ହାଇସ୍କୁଲର ୬୦ରୁ ଉର୍ଦ୍ଧ ଏନ.ସିସି ଛାତ୍ର ମାର୍ଚ୍ଚପାଷ୍ଟ କରିବା ସହ ଯୁଦ୍ଧ କୈାଶଳ ପ୍ରଦର୍ଶନ କରିଥିଲେ।
