ରାଜ୍ୟ

ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଭାତୀ ପରିଡ଼ା

Spread It

ବିଜେପି ପକ୍ଷରୁ ‘ବନ୍ଦେ ମାତରମ୍‌’ର ୧୫୦ ବର୍ଷ ପୂର୍ତ୍ତି ପାଳନ
ନିମାପଡ଼ା: ସେ ନିମାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଚାନକ ପହଞ୍ଚିବୋ ସହ ସ୍ୱାସ୍ଥ୍ୟ କେନ୍ଦ୍ରର ଭିତ୍ତିଭୂମି ଏବଂ ରୋଗୀଙ୍କ ପାଇଁ ଉପଲବ୍ଧ ସ୍ୱାସ୍ଥ୍ୟସେବାର ସମୀକ୍ଷା କରିଥିଲେ । ଏହି ଅବସରରେ ଉପସ୍ଥିତ ରୋଗୀ ଏବଂ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ସହ ରୋଗୀମାନଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରରେ ମିଳୁଥିବା ବିଭିନ୍ନ ସେବା ଓ ସୁବିଧାର ମାନ ବାବଦରେ ପଚାରି ବୁଝିଥିଲେ । ଏହି ଅବସରରେ ସେ ନିମାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟଠାରେ ୪୨ ଲକ୍ଷ ୪୯ ହଜାର ଟଙ୍କା ବ୍ୟୟରେ ହେବାକୁ ଥିବା ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ପାଇଁ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ସେ ଏହି ଅବସରରେ କହିଥିଲେ, ଏହି ପ୍ରକଳ୍ପ ଶିକ୍ଷା ଭିତ୍ତିଭୂମିରେ ଉନ୍ନତି ଆଣିବା ସହ ଶିକ୍ଷାର ମାନବୃଦ୍ଧିରେ ସହାୟକ ହେବ। ଏହାପରେ ନିମାପଡ଼ା ଗୋଲେଇ ଛକଠାରେ ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ୍‌ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଭାରତୀୟ ଜନତା ପାର୍ଟି ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ସୁଦୀପ୍ତ କୁମାର ରାୟ ଏବଂ ଶହ ଶହ ସଂଖ୍ୟାରେ ସ୍ଥାନୀୟ ନେତୃବୃନ୍ଦ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମ ପାଇଁ ନିମାପଡ଼ା ତ୍ରିରଙ୍ଗାମୟ ହୋଇଥିବା ଦେଖିବାକୁ ମିଳିଥିଲା । ଶେଷରେ ଧୀରପୁରଠାରେ ମୋଟ ୩ କୋଟି ୫୭ ଲକ୍ଷ ଟଙ୍କା ୧୬ ହଜାର ଟଙ୍କା ବ୍ୟୟରେ ମଧ୍ୟ ଉନ୍ନୟନମୂଳକ ୪ଟି ପ୍ରକଳ୍ପ ପାଇଁ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଗୋପ ଶାଖା କେନାଲ ବାମପାର୍ଶ୍ୱ ବନ୍ଧର ସର୍ବାପଡ଼ା ବେହେରା ସାହିଠାରୁ ଧୀରପୁର ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ ଏବଂ ବ୍ରିଜ୍‌ ନିର୍ମାଣ ପାଇଁ ୨ କୋଟି ୬୨ ଲକ୍ଷ ଟଙ୍କା ବ୍ୟୟରେ ହେବାକୁ ଥିବା ପ୍ରକଳ୍ପ ପାଇଁ ଏହି ଅବସରରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ସେହିଭଳି ଆଶାପୂରଣ ମାଇନର୍‌ଠାରେ ଟ୍ରଫ୍‌ ୱାଲ୍, ରାସ୍ତା ସମ୍ପ୍ରସାରଣ ଏବଂ ସୋଠ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । କଣ୍ଟି ଡିଷ୍ଟ୍ରିବ୍ୟୁଟାରୀଠାରେ ଟ୍ରଫ୍‌ ୱାଲ୍‌ ଏବଂ ଗୋପ ଶାଖା କେନାଲର ବିଶରପୁର କୁଦସାହିଠାରେ ପାଦଚଲା ପୋଲ ନିର୍ମାଣ କାର୍ଯ୍ୟ ପାଇଁ ସେ ଏହି ଅବସରରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।

Leave a Reply

Your email address will not be published. Required fields are marked *