ଚାରିଛକ,(ସନ୍ତୋଷ ଦାଶ) ଏପି ନିୁ୍ୟଜ – ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ ଚାରିଛକ ସ୍ଥିତ ନିଗମାନନ୍ଦ ମହିଳା ମହାବିଦ୍ୟାଳୟ ପରିସରରେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆନୁକୂଲ୍ୟରେ ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । କଲେଜ ର ଅଧ୍ୟକ୍ଷା ପ୍ରଫେସର ମିତ୍ରା ମହାପାତ୍ର ଏହି ଅଭିଯାନର ଶୁଭାରମ୍ଭ କରି ମାଦକ ଦ୍ରବ୍ୟ ର କୁପରିଣାମ ସମ୍ପର୍କରେ ସମୁଦାୟ ସମାଜକୁ ସଚେତନ କରାଇବା ଏକ ବିରାଟ ଆହ୍ୱାନ ଏବଂ ଏହି ଆହ୍ୱାନର ସଠିକ ମୁକାବିଲା ଉପରେ ନିର୍ଭର କରେ ମାନବ ସମାଜର ଭବିଷ୍ୟତ ବୋଲି ଅଭିହିତ କରିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମ ରେ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ଡ଼ାକ୍ଟର ଅଭିନନ୍ଦନ ମହାପାତ୍ର, ଡ଼ାକ୍ଟର ମନୋରଞ୍ଜନ ମହାପାତ୍ର ଓ ଡ଼ାକ୍ଟର ମିତାଲି ମୁଧୁସ୍ମିତା ପ୍ରଧାନ ପ୍ରମୁଖ ଯୋଗଦେଇ ଛାତ୍ରୀମାନଙ୍କୁ ନିଶା ସେବନର କୁପରିଣାମ ଏବଂ ତାର ନିରାକରଣ ଉପରେ ସଚେତନ କରାଇବା ସହ ଶିକ୍ଷାନୁଷ୍ଠାନକୁ ତମାଖୁ ମୁକ୍ତ ରଖିବା ପାଇଁ ଆହ୍ୱାନ ଦେଇଥିଲେ ।ଏହି ଅଭିଯାନ ଅବସର ରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ମହାବିଦ୍ୟାଳୟର ଅଧ୍ୟକ୍ଷାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ସଂସ୍କୃତ ବିଭାଗ ଅଧ୍ୟାପକ ଶ୍ରୀମାନ ଜୀବନ ଦାଶ କାର୍ଯ୍ୟକ୍ରମର ସଂଯୋଜନା କରିବା ସହ ସମସ୍ତଙ୍କୁ ତମାଖୁ ମୁକ୍ତ ସମାଜ ଗଢିବା ପାଇଁ ସଂକଳ୍ପ ପାଠ କରାଇ ଥିଲେ ।ଏହି ସଚେତନତା କାର୍ଯ୍ୟକ୍ରମ ରେ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ପ୍ରସାରଣ ଅଧିକାରୀ ସଂଯୁକ୍ତା ପାତ୍ର, ମହାବିଦ୍ୟାଳୟର ଇଂରାଜୀ ବିଭାଗ ମୁଖ୍ୟ କାନନବାଳା ନନ୍ଦ, ଶିକ୍ଷା ବିଭାଗ ମୁଖ୍ୟ ଡ଼ଃ. ଶ୍ରିଲେଖା ନାୟକ, ଇତିହାସ ବିଭାଗ ମୁଖ୍ୟ ମେଜର ପୁଷ୍ପଲତା ଦତ୍ତ, ଓଡିଆ ବିଭାଗ ମୁଖ୍ୟ ଡ଼ଃ .ଶର୍ମିଷ୍ଠାରାଣୀ ମହାନ୍ତି, ବରିଷ୍ଠ ଅଧ୍ୟାପିକା ଇତିଶ୍ରୀ ସାହୁ, ଅଧ୍ୟାପିକା କଲ୍ୟାଣୀ ସ୍ୱାଇଁ  , ଅଧ୍ୟାପକ ସୁରେଶ ଚନ୍ଦ୍ର କର ପ୍ରମୁଖ ଉପସ୍ଥିତ ରହି ଛାତ୍ରୀମାନଙ୍କୁ ସଚେତନ କରାଇଥିଲେ । ଛାତ୍ରୀ ମାନଙ୍କ ମଧ୍ୟରେ ନିଶା ନିବାରଣ ଉପରେ ଏକ ବକ୍ତୃତା ପ୍ରତିଯୋଗିତା କରାଯାଇ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀଙ୍କୁ ଟ୍ରଫି ଏବଂ ମାନପତ୍ର ପ୍ରଦାନ କରାଯାଇଥିଲା ।କାର୍ଯ୍ୟକ୍ରମ ଶେଷରେ ଇଂରାଜୀ ବିଭାଗ ଅଧ୍ୟାପିକା ସଙ୍ଗୀତା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।