ରାଜ୍ୟ

ମନ୍ଦିର  ଚୋରି ପୁଲିସ ଉପରୁ ଆସ୍ଥା ହରାଉଛନ୍ତି  ଅସ୍ତରଙ୍ଗ ବାସୀ

Spread It

ଅସ୍ତରଙ୍ଗ୯/୬(ଏ.ପି ନିୟୁଜ),  ଅସ୍ତରଙ୍ଗ ବ୍ଲକଅଞ୍ଚଳ  ଏବେ ମନ୍ଦିର  ଚୋର ଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଦିନକୁ ଦିନ  ଏଠି ଲୁଟେରା ଙ୍କ ପାଦ୍ରୁଭାବ  ବୃଦ୍ଧି ପାଇବାରେ ଲାଗିଛି ମଠ ମନ୍ଦିର ବିଦ୍ୟାଳୟ ଅଙ୍ଗନବାଡି କେନ୍ଦ୍ର ସବୁଠୁ  ଚୋରି l , ଜଗନ୍ନାଥ ମନ୍ଦିର, ଶିବ  ମନ୍ଦିର, ହନୁମାନ ମନ୍ଦିର ପରେ  ଏବେ ସରିପୁର ପଞ୍ଚାୟତ ଭେଡ଼ାବନ୍ଧ ଗ୍ରାମ ର ମା ଅମ୍ବିକା ଙ୍କ ମନ୍ଦିର ରୁ ଲକ୍ଷାଧିକ ଟଙ୍କା ର ସୁନା ରୁପା ପିତଳ ସାମଗ୍ରୀ ଚୋରୀ ହୋଇଛି ବୋଲି ପୂଜକ  ଅଭିଯୋଗ କରିଛନ୍ତି।  ଉକ୍ତ ଗ୍ରାମ ର  ଶେଷ ରେ ମା ଅମ୍ବିକା ଙ୍କ ମନ୍ଦିର, ରବିବାର  ସକାଳ ୬ ଘଟିକା ସମୟ ରେ ପୂଜକ ରଜତ ମିଶ୍ର ଚାବି ଆଣି ମା ଙ୍କ ଦ୍ୱାର ଫିଟାଇଲା ବେଳେ ଦେଖିବାକୁ ପାଇଥିଲେ କବାଟ ର ତାଲା ତଳେ ପଡିଛି ଆଉ ଦ୍ୱାର ର ପିତଳ ଖିଡ଼ିକି କୁନ୍ଦା ଭଙ୍ଗା ହୋଇ ତଳେ ପଡିଛି l ପୂଜକ ମା ଙ୍କ ଦ୍ୱାର ଫିଟାଇ ଗର୍ଭ ଗୃହ ରେ ପ୍ରବେଶ କରିବା ପରେ ଦେଖିଥିଲେ ମା ଙ୍କର ରୁପା ମୁକୁଟ, ସୁନା ର ଚିତା ଓ଼ ପିତଳ ଘଣ୍ଟ ୫ ଟି ମନ୍ଦିର ରେ ନାହିଁ,  ଯେ ମା ଙ୍କ ଗର୍ଭ ଗୃହ କୁ  ଦୁର୍ବୁର୍ତ୍ତ ମାନେ ବିଳମ୍ବିତ ରାତ୍ର ରେ ଆସି ଏହି କାଣ୍ଡ ଭିଆଇଛନ୍ତି। ଚୋରି ହୋଇଛି ଜାଣିବାପରେ   ଗ୍ରାମ ରେ ମୁରବି ମାନେ ଏକାଠି ହୋଇ ପୋଲିସ ପ୍ରଶାସନ କୁ ଦାୟୀ କରିଛନ୍ତି।  ସୁରକ୍ଷା ବ୍ୟବସ୍ଥା ଢିଲାକାରଣ ରୁ  ଗ୍ରାମାଞ୍ଚଳ ରେ  ଚୋରୀ ହେଉଛି ବୋଲି ଅଭିଯୋଗ କରିଛନ୍ତି । ରାତ୍ରି  ପେଟ୍ରୋଲିଙ୍ଗ ହେଉନଥିବାରୁ   ଚୋରମାନଙ୍କ ଉପଦ୍ରବ ବଢିଯାଇଛି। ଅସ୍ତ ଙ୍ଗର ଗ୍ରାମାଞ୍ଚଳରୁ  ବହୁ ମନ୍ଦିର ରୁ ଚୋରି ହୋଇଥିବା ବେଳେ  ଆଜି ପର୍ଯ୍ୟନ୍ତ  ପୋଲିସ କୌଣସି ଚୋରକୁ ଧରିବାରେ ସକ୍ଷମ ହୋଇ ପାରିନି l

Leave a Reply

Your email address will not be published. Required fields are marked *