ରାଜ୍ୟ

ଦୁଇଟି ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ

Spread It

 ନିମାପଡ଼ା,(ଏ.ପି ନିୟୁଜ)ନିମାପଡ଼ା ପୁଲିସ ଦୁଇଟି ପୃଥକ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲଣକରିଥିବା ଆଇ୍ଆଇସି ସମରେନ୍ଦ୍ର ପାଇକରାୟ ସୁଚନାଦେଇଛନ୍ତି।  ନିମାପଡ଼ା ବାଲିପାଟଣା ରାସ୍ତାରେ ଥିବା ଜାକି ବାରରେ ଗତ ୩ ତାରିଖ ରାତିରେ ନିକଟସ୍ଥ ଡ଼ିହବାରୀ ଗ୍ରାମର ରଙ୍ଗା ଆଲିଆସ ସରୋଜ ବେହେରା ଗଣ୍ଡୋଗୋଳ କରିଥିବା  ପୁଲିସ ରେ ଅଭିଯୋଗ ହୋଇଥିଲା। ପୁଲିସ ୧୮୦/ ୨୬ରେ ମାମଲାରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି। ସେହିଭଳି ନିକଟସ୍ଥ ବିଷ୍ଣପୁର ଗ୍ରାମରେ ଟଣାଯାଇଥିବା ବିଦ୍ୟୁତ ତାରକୁ  ପଞ୍ଚମୁଖୀ ସାହିର  ବାଦଳ କୁମାର  ଭୋଇ ନାମକଯୁବକ  ଚୋରି କରିନେଇଥିବା  ନେଇ ସହକାରୀ କାର୍ଯ୍ୟନିବାହୀ ଯନ୍ତ୍ରୀ ବିଦ୍ୟୁତ ର ସୁବ୍ରତ ନାୟକ ପୁଲିସରେ ଅଭିଯୋଗ କରିବାପରେ ଥାନା କେସନଂ ୧୮୭/୨୬ରେ  ପୁଲିସ ବାଦଲକୁ ଗିରଫ କରି ଉଭୟଙ୍କୁ କୋର୍ଟ ଚାଲଣ କରିଛି।

Leave a Reply

Your email address will not be published. Required fields are marked *