ରାଜ୍ୟ

ନିମାପଡା  ଏନ.ଏ.ଏସିର ଡ଼୍ରେନେଜ  ସମାସ୍ୟାର ସମାଧାନ କଲେ- ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା

Spread It

ନିମାପଡ଼ା,୨୩/୬/୨୬( ଏ.ପି ନିୟୁଜ)  ଦୀର୍ଘ ୫୦ ବର୍ଷଧରି ନିମାପଡ଼ା ଏନ.ଏ.ସିର ବର୍ଷାରୁତୁରେ ଜଳବନ୍ଦୀ  ସମାସ୍ୟାର   ଏ୍ୟୖତିହାସିକ ସମାଧାନର ବାଟ ଫିଟାଇଛନ୍ତି ନିମାପଡ଼ାର ବିଧାୟକ ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ମିଳିଥିବା ସୁଚନାରୁ ପ୍ରକାଶ ନିମାପଡ଼ା ପୈାର ପରିଷଦରୁ  ଜଳ ନିଷ୍କାସନର ଓ ଡ଼୍ରେନେଜ ସମାସ୍ୟାର  ସବୁଦିନ ପାଇଁ ଥିବା ସମାସ୍ୟାର  ସମାଧାନ ହେବାକୁ ଯାଉଛି। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଜଳସେଚନ ଏବଂ ଡ଼୍ରେନେଜ ବିଭାଗର ଯନ୍ତ୍ରୀମାନଙ୍କୁ ଏକାଠି ବୈଠକ କରି ନିମାପଡ଼ା ଏନ.ଏ.ସିରୁ ଜଳନିଷ୍କାସନ କରିବାପାଇଁ ମାଷ୍ଟର ପ୍ଲାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ବିଭାଗୀୟ ଯନ୍ତ୍ରୀମାନେ ନିମାପଡ଼ା ଏନ.ଏ.ସିକୁ ଦୁଇଭାଗରେ ବିଭକ୍ତ କରି ଜଳନିଷ୍କାସନର ବାଟ ବାହାର କରିଥିଲେ। କୁଶଭଦ୍ରା ନଦୀଠାରୁ ନିମାପଡ଼ା ଶାଖା କେନାଲ ଏକ ଅଞ୍ଚଳ ଏବଂ ନିମାପଡ଼ା ଶଖାକେନାଲଠାରୁ ତଳ ଅଣ୍ଡିଆ ପର୍ଯ୍ୟନ୍ତ ଏକ ଅଞ୍ଚଳ ଭାବେ ଚିହ୍ନଟ କରିଛନ୍ତି।    ଦ୍ବତୀୟ ଅଞ୍ଚଳରେ ଥିବା ସମସ୍ତ ୱାର୍ଡ଼ରେଥିବା ସାହି , କଲୋନୀ ର ସମସ୍ତ ଡ଼୍ରେନକୁ ଫେଟାଘାଇ (ଦିପିରଣ୍ଟା) ଦେଇ ଯାଇଥିବା ସଫେଇ ନାଳସହିତ ସଂଯୋଗ ହେବ। ତେଣୁ ଉକ୍ତ ସଫେଇନାଲକୁ ମେସିନ ଲଗାଇ ଖୋଳଯାଉଥିବା ସୁଚନା ମିଳିଛି। ପ୍ରଥମ ଅଞ୍ଚଳରେ ଥିବା ଡ଼୍ରେନ ଗୁଡ଼ିକୁ  ଶାଖା କେନାଲ ଗଡ଼ ଅଣ୍ଢିଆ ନିକଟରେ ଭୁତଳେ ନିର୍ମାଣ କରାଯାଇଥିବା ଡ଼୍ରେନ ବାଟଦେଇ ଗୁପ୍ତା ଯୋର ସହିତ ଯୋଡ଼ାଯିବା ପାଇଁ ପ୍ରସ୍ତାବ ରହିଛି। ଏବଂ  ଡ଼୍ରେନଜ ବିଭାଗ ପକ୍ଷରୁ ୪ କୋଟି ଟଙ୍କା ବ୍ୟୟରେ  ଜୟଗୁର ଆଶ୍ରମ ଠାରୁ ଅମଲାପଡ଼ା ପର୍ଯ୍ୟନ୍ତ କେନାଲ ବନ୍ଧ କଡ଼ରେ ଡ଼୍ରେନ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। କୁଶଭଦ୍ରା ନଦୀ ବନ୍ଧ କଡ଼ରେ ପୂର୍ବରୁ ଥିବା ଡ଼୍ରେନକୁ  ସ୍ଲୁଇସ ଗେଟ ସହିତ ସଂଯୋଗ ପାଇଁ ପ୍ରସ୍ତାବ ରହିଛି। ବର୍ଷାରୁତୁ ଏବଂ ନଇ ବଢି ସମୟରେ  ନିମାପଡ଼ା ଏନ.ଏ.ସି ବାସୀଙ୍କୁ ଆଉ ଜଳ ବନ୍ଦୀ ସମାସ୍ୟା ଦେଖାଦେବ ନାହିଁ ବୋଲି ଜଣାପଡ଼ିଛି। ଦୁଇବର୍ଷ ଶାସନ  ସମୟମଧ୍ୟରେ ନିମାପଡ଼ା  ଏନ.ଏ.ସିର ବହୁ ସମାସ୍ୟାର ସମାଧାନ ହୋଇପାରିଛି।      

Leave a Reply

Your email address will not be published. Required fields are marked *