ରିଜିଓନାଲକଲେଜରେ ଆନ୍ତର୍ଜାତୀୟ ଯୋଗ ଦିବସ
ନିମାପଡ଼ା, ୨୨/୬(ଏ.ପି ନିୟୁଜ) ଗତ ରବିବାର୨୧ରେ ଅନ୍ତର୍ଜାତିକ ଯୋଗ ଦିବସ,ଉମାଶଙ୍କର ଯୋଗଶ୍ରମ ଦ୍ୱାରା ସ୍ଥାନୀୟ ରିଜିଓନାଲ କଲେଜ, ପରିସରରେ କଲେଜ ଡାଇରେକ୍ଟର ଶ୍ରୀକାନ୍ତ ସମନ୍ତରାୟଙ୍କ ସହଯୋଗରେ ପାଳିତ ହୋଇଯାଇଛି,ଉକ୍ତ କାର୍ଯ୍ୟକ୍ରମରେ ପୁଲିସ ଉପଖଣ୍ଡ ଅଧିକାରୀ ଜନାର୍ଦନ ପାଢ଼ୀ, ତହସିଲଦାର ମନୋଜ ପ୍ରଧାନ, ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ଓ ଯୋଗର ତତ୍ପର୍ଯ୍ୟ ବିଷୟରେ ପ୍ରତିପାଦନ କରିଥିଲେ। ଆଉ ମଧ୍ୟ ଆଇ. ତ୍ରିନାଥ ପାତ୍ର, ବିଶ୍ୱ ହିନ୍ଦୁ ପରିଷଦ ସଭାପତି ସୀମାନ୍ତ ଶେଖର ରଥ, ସହ ସମ୍ପାଦକ ଜ୍ୟୋତି ରଂଜନ ଛୋଟରାୟ, ବଜରଙ୍ଗ ଦଳ ସଂଯୋଜକ ରଂଜନ ପ୍ରଧାନ, ପ୍ରମୁଖ ଯୋଗ ଦେଇଥିଲେ। ଯୋଗଗୁରୁ ମୁନୁ ଅଗ୍ରୱାଲ,ସ୍ୱାରନେଶ୍ୱର ମୁଦୁଲି ଯୋଗ ଶିକ୍ଷା ଦେଇଥିଲେ ଓ ଯୋଗଦ୍ବାରା କିଭଳି ନିରୋଗରହିବ ସେ ସଂପର୍କରେ ଶିକ୍ଷା ଦେଇଥିଲେ। , ଯୋଗ ଶିକ୍ଷକ ନିହାର ମିଶ୍ର,ଦେବାଶିଷ ମହାନ୍ତି,ଦେବ ପ୍ରସାଦ ସେନାପତି, ରୁଦ୍ର ପରିଡା, ସନ୍ତୋଷ ନାୟକ, ନିବେଦିତା ରାୟ ପ୍ରମୁଖ ଯୋଗ ଦେଇ ସହଯୋଗ କରିଥଲେ। ଉକ୍ତ କାର୍ଯ୍ୟକ୍ରମ ରେ ପ୍ରାୟ ୨୦୦ରୁ ଉର୍ଦ୍ଧ ବ୍ୟକ୍ତି ଓ ଛାତ୍ର ମାନେ ଯୋଗ ଦେଇଥିଲେ, ତଥା ଉମାଶଙ୍କର ଯୋଗାଶ୍ରମ ର ନିର୍ଦେଶକ, ତଥା ବିଶ୍ୱ ହିନ୍ଦୁ ପରିଷଦ ର ରାଜ୍ୟ ସହ ସମ୍ପାଦକ ଉମାଶଙ୍କର ଆଚାର୍ଯ୍ୟ ଓ ଶ୍ରୀକାନ୍ତ ସମନ୍ତରାୟ ଙ୍କ ତତ୍ୱାବଧାନ ରେ କାର୍ଯ୍ୟକ୍ରମ ହୋଇଥିଲା। ଉମା ଭାଇ, ତାଙ୍କ ଯୋଗାଶ୍ରମରେ ଯୋଗ ତାଲିମ ପାଇ କିପରି ବିଭିନ୍ନ କ୍ଷେତ୍ରରେ ଚାକିରୀ ପାଖା ପାଖୀ ୪୭ଜଣ ସରକାରୀ ଓ ବେସରକାରୀ କ୍ଷେତ୍ରରେ ତାଙ୍କ ଛାତ୍ର ମାନେ ନିଯୁକ୍ତି ପାଇଛନ୍ତି ସେ ବିଷୟରେ ସମସ୍ତଙ୍କୁ ଅବଗତ କରାଇ ଥିଲେ ।
