ଡ଼୍ରେନ ନିର୍ମାଣ ଶେଷ କରିବାପରେ ରାସ୍ତା ନିର୍ମାଣ କରିବାକୁ ଦାବୀ
ନିମାପଡ଼ା,(ଏ.ପି ନିୟଜ) ନିମାପଡ଼ା ଏନ.ଏ.ସି ର ୫ନମ୍ବର ୱାର୍ଡ଼ ମଧ୍ୟରେ ଥିବା ଗୁଣ୍ଡିଚାବାଡ଼ି ଲେନ ୨ର ରାସ୍ତାକାମ ଆରମ୍ଭ ହୋଇଛି। ପରିଷଦ ଅନ୍ତର୍ଗତ ଏହି ୱାର୍ଡ଼ରେ ରହୁଥିବା ପରିବାରରୁ ବାହାରୁଥିବା ଦୂଷିତବା ବ୍ରଜ୍ୟ ପାଣି ନିଷ୍କାସନ ପାଇଁ ଡ଼୍ରେନ ନାହିଁ। ଡ଼୍ୟେନ ପାଇଁ ନିର୍ମାଣ ପାଇଁ ଅର୍ଥ ବରାଦ ନକରି ଆରମ୍ଭ ରାସ୍ତା ନିର୍ମାଣକୁ ଅଗ୍ରାଧିକାର ଦେଇଥିବାରୁ କାମ ଆରମ୍ଭ କରିଥିବାରୁ ଗୁଣ୍ଡିଚା ବାଡ଼ି ଲେନ ୨ ବାସିନ୍ଦା ଅସନ୍ତୋଷ ପ୍ରକାଶ କରିଛନ୍ତି । ମିଳିଥିବା ସୁଚନାରୁ ପ୍ରକଶ ରାସ୍ତା ନିର୍ମାଣପାଇଁ ବିଧାୟିକ ପ୍ରଭାତି ପରିଡ଼ା ତାଙ୍କ ହସ୍ତ ପାଣ୍ଠିରୁ ଗୁଣ୍ଡିଚାବାଡ଼ି ଲେନ ୨ର ବାସିନ୍ଦାଙ୍କ ପାଇଁ ୫ ଲକ୍ଷ ଟଙ୍କା ଅନୁଦାନ ଦେଇଛନ୍ତି। ଏହି ଲେନ ୨ରେ ଡ଼୍ରେନ ନିର୍ମାଣ ନକରି ରାସ୍ତାକାମ ଆରମ୍ଭ କରିଥିବାରୁ ଲେନ ୨ର ବାସିନ୍ଦାମାନେ ପ୍ରତିବାଦ କରିଛନ୍ତି। ଏହିଲେନ ୨ରେ ମାତ୍ର ୧୫ କଡ଼ିରୁ ସାମାନ୍ୟ ଅଧିକ ରାସ୍ତା ରହିଛି ବୋଲି ରାଜସ୍ବ ବିଭାଗରୁ ଜଣାଯାଏ ।ରାସ୍ତାର ଦୁଇ ପାର୍ଶ୍ବରେ ଡ଼୍ରେନ ନିର୍ମାଣ ହେଲେ ରାସ୍ତାପାଇଁ ଜାଗାର ଅଭାବ ହେବ ଏବଂ ରାସ୍ତା ସଂଙ୍କୁଚିତ ହୋଇ ଅଣଓଦାରିଆ ହେବ। ତେଣୁ ରାସ୍ତା ମଝିରେ ଭୂତଳ ଡ଼୍ରେନ କରିବାପାଇଁ ଦାବୀ କରିଛନ୍ତି ଏବଂ ଡ଼୍ରେନ ସରିବାପରେ ରା।ସ୍ତାନିର୍ମାଣ କରିବାକୁ ଲେନ୨ର ବାସିନ୍ଦା ପରିଷଦ ନିକଟରେ ଦାବୀ କରିଛନ୍ତି । ପ୍ରଥମେ ଡ଼୍ରେନ ନିର୍ମାଣ କାର୍ଯ୍ୟ ସରିବାପରେ ରାସ୍ତା ନିର୍ମାଣ କାର୍ଯ୍ୟକୁ ଆରମ୍ଭ କରିବାକୁ ଦାବୀ କରିଛନ୍ତି
