୩୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ୨ ପଞ୍ଚାୟତ ଅଧିକାରୀ ଗିରଫ
ପୁରୀ ୩/୭(ଏ.ପି ନିୟୁଜ) ପୁରୀ ସଦର ଏବଂ ଗୋପ ବ୍ଲକରେ କାର୍ଯ୍ୟକରୁଥିବା ଦୁଇ ଜଣ ପଞ୍ଚାୟତ ଅଧିକାରୀ ମଧୁବାବୁ ପେନସନ ଯୋଜନାରେ ୩୦ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗରେ ଭିଜିଲାନସ ବିଭାଗ ଉଭୟଙ୍କୁ ଗିରଫ କରିଥିବା ପ୍ରକାଶପାଇଛି। ମିଳିଥିବା ସୁଚନାରୁ ପ୍ରକାଶ ପୁରୀ ସଦର ବ୍ଲକ ଅଧିନ ଗଡ଼ମୃଗଶିରା ଏବଂ ଜମରାସୁଆଁ ପଞ୍ଚାୟତର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଲମନ ଜାନୀ ଏବଂକଣାସ ବ୍ଲକର ସାହୁପଡ଼ା ପଞ୍ଚାୟତର ପୂର୍ବତନ ପଞ୍ଚାୟତ ଅଧିକାରୀ ବର୍ତ୍ତମାନ ଗୋପ ବ୍ଲକରେ ପିଇଓ ଭାବେ କାର୍ଯ୍ୟକରୁଥିବା ଟୁନା ପ୍ରଧାନ ମଧୁବାବୁ ପେନସନ ଯୋଜନାରେ ହିତାଧିକାରୀଙ୍କର ୩୦ ଲକ୍ଷ ଟଙ୍କା ହେରପେର କରିଥିବା ଅଭିଯୋଗରେ ଭିଜିଲାନସ ଟିମ ଆଜି ଉଭୟଙ୍କୁ ଗିରଫ କରି କୋର୍ଟରେ ହାଜର କରିଛି। ପିଇଓ ଜାନୀ ଏବଂ ପ୍ରଧାନ ଯଥାକ୍ରମେ ମଧୁବାବୁ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ହିତାଧିକାରୀଙ୍କୁ ଯଥାକ୍ରମେ ୧୫ ଲକ୍ଷ ୭୪ ହଜାର ଟଙ୍କା ଏବଂ ୧୫ ଲକ୍ଷ ୩ହଜାର ଟଙ୍କା ବଣ୍ଟନ ନକରି ୨୦୨୨ ମସିହାରୁ ୨୦୨୫ ମସିହା ମଧ୍ୟରେ ହେରଫେର କରିଥିବା ଭିଜିଲାନସ ବିଭାଗ ଜାଣିବାକୁ ପାଇଛି। ଭିଜିଲାନସ ବିଭାଗ କେସନଂ ୧୩ ଏବଂ ୧୪ରେ ଦୁଇଟିମାମଲା ରୁଜୁକରି ତଦନ୍ତ କରିବା ପରେ ଉଭୟ ପିଇଓଙ୍କୁ ଗିରଫ କରିଥିବା ସୁଚନା ମିଳିଛି। ଅଧିକ ତଦନ୍ତ ଜାରି ରହିଛି ବୋଲି ଭିଜିଲାନସ ବିଭାଗ ସୁଚନା ଦେଇଛି।
