ବିପର୍ଯ୍ୟୟ ମୁକାବିଲା ପାଇଁ ବାତ୍ୟାଶ୍ରୟ ସ୍ଥଳୀରେ ପ୍ରସ୍ତୁତି ଓ ମକଡ୍ରିଲ୍
ଅସ୍ତରଙ୍ଗ,(ଏ.ପି ନିୟୁଜ),ପ୍ରାକୃତିକ ବିପର୍ଯ୍ୟୟ ବେଳେ ଧନଜୀବନ ସୂରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ଅସ୍ତରଙ୍ଗବ୍ଲକ ଅଞ୍ଚଳ ର ୧୭ଟି ବାତ୍ୟାଶ୍ରୟସ୍ଥଳୀରେ ମକଡ୍ରିଲ୍ (ସାମୁହିକ ଅଭ୍ୟାସ) କାର୍ଯ୍ୟକ୍ରମ ହୋଇଯାଇଛି । ଝାଡଲିଙ୍ଗ ପଞ୍ଚାୟତ ମଧୁପୁର ଆଶ୍ରୟସ୍ଥଳୀ କାର୍ଯ୍ୟକ୍ରମରେ ବିଡ଼ିଓ ସସ୍ମିତା ବେହେରା,ଝାଡଲିଙ୍ଗ ସରପଞ୍ଚ ବୃନ୍ଦାବନ ନାୟକ,ଏନଜିଓ ଆଶାର ଅନୁସୟା ପରିଡା ସମେତ ସ୍ଥାନୀୟ ଜନପ୍ରତିନିଧି ପ୍ରମୁଖ ଯୋଗଦେଇଥିଲେ । ସେହିପରି ନମାରୋ, କେନ୍ଦ୍ରାପାଟି, କେଉଟଜଙ୍ଗା, କୁଣ୍ଡେଶ୍ଵର ରତନପୁର,ତାଳଦା, ଡ଼ିହକରଡ଼ା ,ଖଣ୍ଡାସାହି, ମୁଦୁଗଲ, ତଣ୍ଡାହର,ବାଲିପନ୍ତାଳ,କାଳିଆକଣ,ପାଟସୁନ୍ଦରପୁର,ନୂଆଗଡ ଓ ନଗର ପ୍ରମୁଖ ଆଶ୍ରୟସ୍ଥଳୀ କାର୍ଯ୍ୟକ୍ରମରେ ସମ୍ପୃକ୍ତ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ନିୟମାବଳୀ ଅନୁଯାୟୀ ବନ୍ୟା ବାତ୍ୟା ବେଳେ ସାଇରନ୍ ବାଜିବା ସହ କିଭଳି ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସୂଚନା ଦେବାକୁ କୁହାଯାଇଛି । ଏହି କାର୍ଯ୍ୟକ୍ରମରେ ଅଗ୍ନିଶମ ବାହିନୀର ଦକ୍ଷ କର୍ମକର୍ତ୍ତା ଯୋଗଦେଇ ବିପର୍ଯ୍ୟୟ ବେଳେ କିଭଳି ଧନଜୀବନ ସୂରକ୍ଷା ହୋଇପାରିବ ଲୋକଙ୍କୁ ବୁଝାଇଥିଲେ ।
