ଜନ ନାୟକ ସ୍ବର୍ଗତ ସୁରବାବୁଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକୀ ସମାରୋହ ଓ ପ୍ରତିମୂର୍ତ୍ତି ଅନାବରଣ
ଅସ୍ତରଙ୍ଗ ୬/୭(ଏପି ନିୟୁଜ,ଦୁଃଶାସନ ନାୟକ), ଜନନାୟକ,ଗାନ୍ଧିବାଦୀ ନେତା,ପ୍ରବାଦ ପୁରୁଷ, ପିତାମହ ଭୀଷ୍ମ,ବିଶିଷ୍ଟ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ସ୍ବର୍ଗତଃ ସୁରେନ୍ଦ୍ରନାଥ ନାୟକ (ସୁର ବାବୁ)ଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ ହୋଇଟାଇଛି। ଏହି ଅବସରରେ ତାଙ୍କ ଜନ୍ମମାଟି କାକଟପୁରଠାରେ ଶ୍ରଦ୍ଧାଞ୍ଜଳି ସଭା ଓ ପ୍ରତିମୂର୍ତ୍ତି ଅନାବରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସୁରେନ୍ଦ୍ରନାଥ ମେମୋରିଆଲ ଟ୍ରଷ୍ଟ ଏବଂ ପଦ୍ମଚରଣ ସାମନ୍ତସିଂହାର ମେମୋରିଆଲ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ସ୍ୱର୍ଗତ ନାୟକଙ୍କ ପ୍ରତିମୂର୍ତ୍ତିର ଅନାବରଣ କରିବା ସହ ନିଜର ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ l ସ୍ଥାନୀୟ ସୋମେଶ୍ୱର ମନ୍ଦିର ନିକଟରେ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା। ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ସାଂସଦ ତଥା ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ,ବରିଷ୍ଠ ବିଜେଡି ନେତା ତଥା ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପୂର୍ବତନ ମନ୍ତ୍ରୀ ତଥା କାକଟପୁର ନିର୍ବାଚନ ମଣ୍ଡଳୀର ବିଧାୟକ ତୁଷାରକାନ୍ତି ବେହେରା, ତାଙ୍କର ସୁପୁତ୍ର ତଥା ପୁରୀ ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ ଏବଂ ପୁର୍ବତନ ପୁରୀ ନିମାପଡ଼ା କେନ୍ଦ୍ରସମବାୟ ବ୍ୟାଙ୍କ ସଭାପତି ସତ୍ୟବାଦୀ ମହାପାତ୍ର, ଶିକ୍ଷାବିତ ସୁବ୍ରତ ଛାଟୋଇ ସମେତ ବିଜେଡିର ଅନେକ ବରିଷ୍ଠ ନେତୃତ୍ୱ ଯୋଗଦେଇ ସୁର ବାବୁଙ୍କ ଓଡ଼ିଶା ରାଜନୀତି ଓ କାକଟପୁର ଅଞ୍ଚଳ ପ୍ରତି ତାଙ୍କ ଅବଦାନ ପ୍ରତି ସ୍ମୃତି ଚାରଣ କରିଥିଲେ।କାକଟପୁର ନିର୍ବାଚନ ମଣ୍ଡଳୀରୁ ୭ ଥର ବିଧାୟକ ଭାବେ ନିର୍ବାଚିତ ହୋଇ ଉପ ବାଚସ୍ପତି ଓ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସହ,ରାଜ୍ୟ ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପଦରେ ରହି ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ବୋଲି ଯୋଗଦେଇଥିବା ବିଶିଷ୍ଟ ବ୍ୟକ୍ତିମାନେ ମତ ପ୍ରକାଶ କରିଥିଲେ। ସ୍ମୃତି ଚାରଣ ସଭା ବିଜେଡ଼ିର ଶକ୍ତି ପ୍ରଦର୍ଶନ ଥିଲା ।ଏଠାରେ ପ୍ରକାଶ ଯୋଗ୍ୟ ଜେ, ସ୍ୱର୍ଗତ ନାୟକ ଙ୍କ ଜନ୍ମ ମାଟି ଅସ୍ତରଙ୍ଗ ବ୍ଲକ ଅଧିନ ଅଣକଣା ଗ୍ରାମରେ,
