ଡ଼୍ରେନ ନିର୍ମାଣ ଆଳରେ ପ୍ରସିଦ୍ଧ ନିମାପଡ଼ା ଝିଲ୍ଲୀ ଦୋକାନକୁ ଯିବା ରାସ୍ତା ବନ୍ଦ
ନିମାପଡ଼ା,୨୦/୬(ଏ.ପି .ନିୟୁଜ) ନିମାପଡ଼ା ଏଡ଼.ଏ.ସି ଅନ୍ତର୍ଗତ ୬ନମ୍ବର ୱାର୍ଡ଼ରୁ ଜଳ ନିଷ୍କାସନ ପାଇଁ ଡ଼୍ରେନ ନିର୍ମାଣ ହେଉଛି। ଏହା ଦ୍ବାରା ଜଳସିଷ୍କାସନ ସମାସ୍ୟାର ସମାଧାନ ହୋଇପାରିବ ବୋଲି ୱାର୍ଡ଼ ବାସୀ ସନ୍ତୋଷ ପ୍ରକାଶ କରିବାସହ ବିଧାୟିକା ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ଗ୍ରହଣ କରିଛନ୍ତି । ନିର୍ମାଣ ହେଉଥିବା ଡ଼୍ରେନ ଅଧାପନ୍ତରିଆ ଭାବେ ପଡ଼ିରହିଛି। ଅସରାୟ ବର୍ଷା ହେଲେ ଡ଼୍ରେନ ମଧ୍ୟଦେଇ ଜଳ ନିଷ୍କାସନ ହୋଇନପାରି ଅପରିଷ୍କାର ପାଣି ରାସ୍ତା ଉପରେ ଲହଡ଼ି ଭାଙ୍ଗୁଛି। ଏହି ବଜାରରେ ଥିବା ନିମାପଡ଼ା ପ୍ରସିଦ୍ଧ ଛେନା ଝିଲିର ଉଦଦ୍ଭାବକଙ୍କ ଦୋକାନ ରହିଛି। ପ୍ରସିଦ୍ଧ ଛେନା ଝିଲୀ କିଣିବା ପାଇଁ ସ୍ଥାନୀୟ ଓ ପର୍ଯ୍ୟଟକମାନେ ଏହି ଦୋକାନକୁ ଆସିଥାନ୍ତି । ହେଲେ କିଛିଦିନ ହେବ ନିର୍ମାଣ ପାଇଁ ଖୋଳା ହୋଇଥିବା ଡ଼୍ରେନ ଉପରେ ପଡ଼ିଥିବା ପଟା ପକାଇ ଦୋକାନୀଅସ୍ଥାୟୀ ରସ୍ତା ତିଆରି କରିଛନ୍ତି । ଅଧାଖୋଳା ଭାବେ ପଡ଼ିଥିବା ଡ଼୍ରେନ ଉପରେ ପଡ଼ିଥିବା ପଟା ଉପରେ ଦେଶୀୟ ,ଆନ୍ତର୍ଜାତୀୟ ଓ ସ୍ଥାନୀୟ ଲୋକମାନେ ଚାଲିକରି ବପଦଜନକ ଭାବେ ପ୍ରସିଦ୍ଧ ଝିଲ୍ଲୀ ଖାଇବାକୁ ଓ କିଣିବାକୁ ଦୋକାନ ଭିତକୁ ଯାଇନପାରି ପଡ଼ିଯିବାର ଭୟରେ ରାସ୍ତା ଉପରେ ଠିଆହୋଇ ରହୁଛନ୍ତି। ଯାହଫଳରେ ଏହି ବଜାରରରେ ଟ୍ରାଫିକ ସମାସ୍ୟା ଦେଖାଦେଉଛି। ଶହଶହ ପର୍ଯ୍ୟଟକମାନଙ୍କର ଦୈନଦିନ କୋଣାର୍କ କାକଟପୁର ଏବଂ ଜାହଁନିଆ ପୀର ପୀଠକୁ ଯାତାୟତ କଲାବେଳେ ନିମାପଡ଼ା ଝିଳ୍ଲୀ ନେବାପାଇଁ ପତିତପାବନବଜାରରେ ଥିବା ଏହି ଦୋକାନକୁ ଆସିଥାନ୍ତି। ପରିଷଦ ପକ୍ଷରୁ ମାସମାସଧରି ଅଧାହୋଇପଡ଼ିଥିବା ଡ଼୍ରେନ ନିର୍ମାଣ ଅଧାହୋଇ ପଡ଼ିଥିବାରୁ ପର୍ଯ୍ୟଟକ ଓ ସ୍ଥାନୀୟ ଜନସାଧାରଣ ପରିଷଦର ଦୂରଦୃଷ୍ଟି ଅଭାବ ଉପରେ ବର୍ଷୁଛନ୍ତି। ଝିଲ୍ଲୀ ନେବାପାଇଁ ଆସୁଥିବା ପର୍ଯ୍ୟଟକମାନେ ନିମାପଡ଼ା ରେ ଶାସନ ନଥିବା ମତ ଦେଇଛନ୍ତି।
