ରାଜ୍ୟ

ରଜପର୍ବ କଣ୍ଟାପଡା ଗ୍ରାମ ରେ ପାଲା

Spread It

ଅସ୍ତରଙ୍ଗ, ୧୫/୬/୨୬( ଏପି ନିୟୁଜ) ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧୀନ କଣ୍ଟାପଡା ଗ୍ରାମରେ ପବିତ୍ର ରଜ ପର୍ବ ଉପଲକ୍ଷେ ପାଞ୍ଚ ଦିନ ଧରି ପାଲା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି l ଏହି ମହତ କାର୍ଯ୍ୟକ୍ରମ ଚଳିତ ବର୍ଷ ୧୦୫ ବର୍ଷ ରେ ପଦାର୍ପଣ କରି ଥୀବା ବେଳେ କଣ୍ଟାପଡା ଗ୍ରାମର ଅଧିବାସି ଙ୍କ ସମେତ ଆଖ ପାଖ ଗ୍ରାମର ଅଧିବାସୀ ମାନେ ବି ସାହାଯ୍ୟ ସହଯୋଗ କରିଥାନ୍ତି l ପ୍ରଥମ ଦିନ ଗାୟିକା କଲ୍ଲୋଳିନି ପୁଜାରିଣୀ ସ୍ୱାଇଁ ଓ ତାଙ୍କ ସାଥି ଙ୍କ ପାଲା ପରିବେଷଣ  କରିଥିଲେl  ରଜ ପର୍ବରେ ଦର୍ଶକମାନେ ବସି ପାଲା କୁ ଉପଭୋଗ କରୂ ଥିବାର ଦେଖିବାକୁ ମିଳିଥିଲା l ମୁରବି ଅମିୟ କୁମାର ପଟନାୟକ ଉଦ୍ୟମରେ ଗ୍ରାମଦେବୀଙ୍କ ସମ୍ମୁଖରେ  ପାଲା ପରିବେଷଣ ହୋଇଥିଲା l କଣ୍ଟାପଡା ଗ୍ରାମର ବିଜୟ ପଟନାୟକ, ସୁଜିତ କୁମାର ଙ୍କ ସମେତ ପ୍ରମୁଖ ଗ୍ରାମ ବାସି ମାନନଙ୍କ ସଂଯୋଜନାରେ ସତ୍ୟନାରାୟଣ ପାଲା ପରିଷଦ ପକ୍ଷରୁ ପାଲା ଅନୁଷ୍ଠିତ ହୋଇଥିଲା

Leave a Reply

Your email address will not be published. Required fields are marked *