ସି.ପି.ଆଇ.ର ପୁରୀ ଜିଲା ପରିଷଦ ବୈଠକ
ନିମାପଡ଼ା(ଏ.ପି ନିୟୁଜ) ଭାରତୀୟ କମ୍ୟୁନିଷ୍ଟ ପାଟିର ପୁରୀ ଜିଲା ପରିଷଦ ବୈଠକ ଆଜି ଦଳୀୟ ଅଫିସଠାରେ ଦେବେନ୍ଦ୍ର ସାହୁ ଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି। ଆଜି ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଜନମାରଣ ନୀତି ବିରୁଦ୍ଧରେ ବିଶଦ ଆଲୋଚନା କରାଯାଇଥିଲା। ପୁରୀ ଜିଲାରେ ଧାନମଣ୍ଡି ଗୁଡ଼ିକରେ ଅଚଳାବସ୍ଥା ଓ ବୁଲା ଗୋରୁ ଗାଇଙ୍କ ଉତ୍ପାତ ଏବଂ କୃଷକ ମାନେ ସମ୍ମୁଖୀନ ହେଉଥିବା ବିଷୟରେ ଆଳୋଚନା କରାଯାଇଥିଲା। ପୁରୀ ଜିଲାର ୧୧ଟି ବ୍ଲକରେ ପଦଯାତ୍ରା ମାଧ୍ୟମରେ ଜନ ଜାଗରଣ ସୃଷ୍ଟି କରିବା ଆସନ୍ତା ବର୍ଷ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ସିପିଆି ପୁରୀ ଜିଲାର ସମସ୍ତ ଜିଲାପରିଷଦ ଜୋନରେ ପ୍ରାର୍ଥୀ ଦେବାପାଇଁ ଆଜି ବୈଠକରେ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ପୂର୍ବତନ ସଂପାଦକ ଆଶିଷ କାନୁନଗୋ, କ୍ଷୀରୋଦ ସିଂଦେଓ ଓ ଶ୍ରମିକ ନେତା ମହେଶ୍ବର ରାଉତ ରାଜ୍ୟ ଓ କେନ୍ଦ୍ରରେ ଥିବା ଡ଼ବଲ ଇଞିନ ସରକାର ବିଫଳତା ସଂପର୍କରେ ଆଳୋଚନା କରିଥିଲେ, ଜିଲା ସଂପାଦକ କୃଷ୍ଣ ଚନ୍ଦ୍ର ରାଉତ ସହ ସଂପାଦକ ହରିହର ସେନାପତି, ଗୋଲକ ନାୟକ ପ୍ରମୁଖ ପୁରୀ ଜଲାର ବିଭିନ୍ନ ସମାସ୍ୟ ଆଳୋଚନା କରିଥିଲେ।
