ରାଜ୍ୟ

ମାଟି ମାଫିଆଙ୍କ ଦୌରାତ୍ମ୍ୟ, ତହସିଲଦାରଙ୍କ କାରକୁ ଧକ୍କା ଦେଇ ଖସିଗଲେ

Spread It

ନିମାପଡ଼ା ୭/୬ (ଏପି ନିୟୁଜ) ମାଟି ଓ ବାଲି ମାଫିଆଙ୍କ ଦୌରାତ୍ମ୍ୟ ନିମାପଡ଼ାରେ ଚାଲିଛି। ମାଫିଆ ରାଜ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଏନଫୋର୍ସମେଣ୍ଟ ଟିମ୍ ଗଠନ କରାଯାଇଛି କିନ୍ତୁ ମାଫିଆମାନେ ସମସ୍ତ କଟକଣା କୁ ଫୁକିନା ଉଡ଼ାଇ ଦେଉଛନ୍ତି।  ଗତ ୬ ତାରିଖ ସଂଧ୍ୟାରେ  ଚୋରା ମାରେ ମାଟି ଚାଲର ହେଉଥିବା ଖବର ପାଇ ଏନ ପୋର୍ସମେଣ୍ଟ ଟିମର ଅତିରିକ୍ତ ତହସିଲଦାର  ଚଢୁ କରିବାକୁ ଯାଇଥିବାବେଳେ ତାଙ୍କ କାରକୁ  ଧକ୍କା ଦେଇ ଖସିଯିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ତେବେ ଟିମ୍ ଏକ ଟ୍ରାକ୍ଟର ଜବତ କରିବାରେ ସକ୍ଷମ ହୋଇଛି।   ଗତ ୬ତାରିଖରେ ଏନଫୋର୍ସମେଣ୍ଟ ଟିମ ନିମାପଡ଼ା- ବଳଙ୍ଗାର ରାସ୍ତାର ଆଇଟିଆଇ ପାଖରେ ମାଟି ଚୋରୀ କରିନେଉଥିବା ଖବର ପାଇ ନାୟବ ତହସିଲଦାର ସାଗରିକା ବେହେରା, ଅତିରିକ୍ତ ତହସିଲଦାର କେ. ଭେଙ୍କଟେଶ ରାଓ ଓ ନିମାପଡ଼ା ପୋଲିସର ଅଧିକାରୀମାନେ ଚଢଉ କରିବାକୁ ଯାଇଥିଲେ । ଚଢ଼ାଉ ସମୟରେ କିଛି ମାଟି ମାଫିଆ ପ୍ରଶାସନିକ ଗାଡ଼ିକୁ ଦେଖି ଫେରାର ହୋଇଯାଇଥିଲେ। ହେଲେ ଅଭିଯୋଗ ହୋଇଛି ଯେ, ଅନ୍ୟ କିଛି ମାଫିଆ ତହସିଲ ଗାଡ଼ିର ପଛପଟୁ ଧକ୍କା ଦେଇ ଖସିଯିବାକୁ ଉଦ୍ୟମ କରିଥିଲେ। ଏହା ସତ୍ତ୍ୱେ ଟିମ୍ ଏକ ଟ୍ରାକ୍ଟରକୁ ଜବତ କରିବାରେ ସଫଳ ହୋଇଥିଲା। ବାଲି ମାଟି ଚୋରୀ କରୁଥିବା ମାଫିଆମାନଙ୍କୁ ପୁର୍ବସରକାରରେ ଥିବା କିଛି ନେତା ମିଳିମିଶି ଖବର କାଗଜର ଏଜେଣ୍ଟମାନେ   ସମସ୍ତ ପ୍ରକାରସାହାଯ୍ୟ କରୁଥିବା ଅଭିଯୋଗ ହୋଇଛି । 

Leave a Reply

Your email address will not be published. Required fields are marked *