ନବ ଗଠିତ ନିମାପଡ଼ା ସାମ୍ବାଦିକ ସଂଘର ସାଧାରର ପରିଷଦ ବୈଠକ ଓ କର୍ମକର୍ତ୍ତା ଚୟନ
ନିମାପଡ଼ା ୨୮/୦୬/: (ଏ.ପି ନିୟୁଜ) ବିକଶିତ,ସମୃଦ୍ଧ ଓ ନିମାପଡ଼ା ବ୍ଲକକୁ ଉତ୍କର୍ଷ ନିମାପଡ଼ା ଗଠନର ସଂକଳ୍ପକୁ ଆଧାର କରି ନବଗଠିତ ନିମାପଡ଼ା ସାମ୍ବାଦିକ ସଂଘର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ରବିବାର ଦିଘାଳସ୍ଥିତ ମନସା କାନନ ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନିମାପଡ଼ା, ଚାରିଛକ ଓ ବଳଙ୍ଗା ଅଞ୍ଚଳର ପ୍ରତିନିଧିମାନେ ଯୋଗଦେଇ ସଂଘର ଭବିଷ୍ୟତ କାର୍ଯ୍ୟପନ୍ଥା, ସାମ୍ବାଦିକମାନଙ୍କ ଏକତା, ବୃତ୍ତିଗତ ସୁରକ୍ଷା ଓ ଅଞ୍ଚଳର ସାମଗ୍ରିକ ବିକାଶରେ ଗଣମାଧ୍ୟମର ଭୂମିକା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।ବୈଠକରେ ସଂଘର ନୂତନ କର୍ମକର୍ତ୍ତା ସର୍ବସମ୍ମତିକ୍ରମେ ଚୟନ କରାଯାଇଥିଲା। ସରକାରୀ ସ୍ୱୀକୃତିପ୍ରାପ୍ତ ସାମ୍ବାଦିକ ଅକ୍ଷୟ କୁମାର ନାୟକ ସଭାପତି, ଅରୁଣ ମହାପାତ୍ର ଉପସଭାପତି, ଅଶୋକ ବେହେରା ସାଧାରଣ ସମ୍ପାଦକ,ଅଜିତ ରଞ୍ଜନ ସାହୁ ଓ ଶିଶିର ସ୍ୱାଇଁ ସହ-ସମ୍ପାଦକ, ସାନ୍ତୁନ ମହାନ୍ତି କୋଷାଧ୍ୟକ୍ଷ ଏବଂ ନିବେଦିତା ମିଶ୍ର ସଂଗଠନ ସମ୍ପାଦିକା ଭାବେ ମନୋନୀତ ହୋଇଥିଲେ। ବୈଠକରେ ନିମାପଡ଼ା ନିର୍ବାଚନ ମଣ୍ଡଳୀ ମଧ୍ୟରେ କାର୍ଯ୍ୟକରୁଥିବା ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ନିମାପଡ଼ା ସମ୍ବାଦିକ ସଘଂରେ ଯୋଗଦେବାକୁ ଅନୁରୋଧ କରାଯାଇଛି।
ସେହିପରି ସଂଘର , ରାଜକିଶୋର ଦାଶ, ସୁକାନ୍ତ କର ଓ କେଦାରନାଥ ସାହୁଙ୍କୁ ସର୍ବସମ୍ମତିକ୍ରମେ ଚୟନ କରାଯାଇଥିଲା।ସାଧାରଣ ପରିଷଦ ବୈଠକରେ, ଚିତ୍ତରଞନ ମହାନ୍ତି, ରଞ୍ଜନ ଦାଶ,ବିଭୂତି ମହାପାତ୍ର, ସତ୍ୟମ୍ ଜୋସେଫ ଲେଙ୍କା,ବେବେକାନନ୍ଦ ସେଠୀ,ଅଭୟ ସ୍ୱାଇଁ,ଜୟନ୍ତ ସେଠୀ,ଦୁର୍ଗାପ୍ରସାଦ ମହାପାତ୍ର,ସିଦ୍ଧାର୍ଥ ଶଙ୍କର,ମିଳନ ମହାନ୍ତି, ଅରୁଣ ପ୍ରସାଦ ନାୟକ ପ୍ରମୁଖ ସାମ୍ବାଦିକ ଉପସ୍ଥିତ ରହି ସଂଘର ସାଂଗଠନିକ ସୁଦୃଢ଼ତା,ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା, ସାମ୍ବାଦିକତାର ବିକାଶ ଏବଂ ନିମାପଡ଼ାର ବିକାଶମୂଳକ ପ୍ରସଙ୍ଗଗୁଡ଼ିକୁ ପ୍ରାଥମିକତାର ସହ ଉପସ୍ଥାପନ କରିବା ନେଇ ମତ ବିନିମୟ କରିଥିଲେ। ନିମାପଡ଼ାର ସାଧାରଣ ଲୋକଙ୍କ ସ୍ୱାର୍ଥ, ବିଭିନ୍ନ ଜନସମସ୍ୟା,ବିକାଶମୂଳକ ପ୍ରସଙ୍ଗ ଓ ସାମାଜିକ ଦାୟିତ୍ୱକୁ ପ୍ରାଥମିକତା ଦେଇ ସଂଘ କାର୍ଯ୍ୟ କରିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।ସାମ୍ବାଦିକଙ୍କ ମଧ୍ୟରେ ଭ୍ରାତୃତ୍ୱ, ପାରସ୍ପରିକ ସହଯୋଗ ଓ ବୃତ୍ତିଗତ ମର୍ଯ୍ୟାଦା ବଜାୟ ରଖିବା ସହ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବା ଦିଗରେ ସଂଘ ନିରନ୍ତର କାର୍ଯ୍ୟ କରିବ ବୋଲି ନବନିର୍ବାଚିତ କର୍ମକର୍ତ୍ତାମାନେ ସଂକଳ୍ପ ବ୍ୟକ୍ତ କରିଥିଲେ।ବିକଶିତ,ସମୃଦ୍ଧ ଓ ଉତ୍କର୍ଷ ନିମାପଡ଼ା ଗଠନରେ ଗଣମାଧ୍ୟମ ଏକ ସକାରାତ୍ମକ ସହଯୋଗୀ ଭାବେ କାର୍ଯ୍ୟ କରିବ ବୋଲି ନିମାପଡ଼ା ସାମ୍ବାଦିକ ସଂଘ ପକ୍ଷରୁ ଦୃଢ଼ ସଂକଳ୍ପ ପ୍ରକାଶ କରାଯାଇଥିଲା
