ଅଧ୍ୟକ୍ଷାଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଦନା ଓ ଅଧ୍ୟକ୍ଷା ଭାବେ ଡ ନନ୍ଦିନୀ ପଟ୍ଟନାୟକଙ୍କ ଯୋଗଦାନ
ନିମାପଡ଼ା,୧/୭(ଏ.ପି ନ୍ୟୁଜ) ନିମାପଡ଼ା ସ୍ବୟଂ ଚାଳିତ ମହାବିଦ୍ୟାଳୟର ଅଧ୍ୟକ୍ଷା ଭାବେ କାର୍ଯ୍ୟତୁଲାଉଥିବା ଶ୍ରୀମତୀ ଅମିତା ମହାନାୟକଙ୍କ ଗତ ଜୁନ ୩୦ରେ ଅବସର ଗ୍ରହଣ କରିଛନ୍ତି। ପ୍ରାଣୀୗ ବିଜ୍ଞାନର ବରିଷ୍ଠ ପ୍ରଧ୍ୟାପିକା ଡ଼ ନନ୍ଦିନୀ ପଟ୍ଟନାୟକଙ୍କୁ ବରିଷ୍ଠତା ଭିତିରେ ନୂତନ ଅଧ୍ୟକ୍ଷଭାବେ ପରିଚାଳନା କମିଟି ସଭାପତି ତଥା ପୁରୀ ଉପଜିଲାପାଳ ଶରତଚନ୍ଦ୍ର ବେହେରାଙ୍କ ଅନୁମୋଦନକ୍ରମେ କାର୍ଯ୍ୟଭାର ଅର୍ପଣ କରାଯାଇଛି। ସୂଚନା ଯୋଗ୍ୟ ରାଜ୍ୟସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିମାପଡ଼ା ସ୍ବୟଂ ଶାସିତ ମହାବିଦ୍ୟାଳର ଅଧ୍ୟକ୍ଷଭାବେ ଭାବେ କାହାକୁ ନିଯୁକ୍ତି ମିଳିନାହିଁ। ଏହି ଅବସରରେ କଲେଜ ର ପ୍ରଶାସନିକ ଅଧିକାରୀ ଡ଼ ରବିନ୍ଦ୍ର କୁମାର ପାଢୀଓ ପ୍ରବୀର କୁମାର ବେହେରାଙ୍କ ଉପସ୍ଥିତିରେ ସମସ୍ତ ବିଭାଗୀୟ ମୁଖ୍ୟ , ଅଧ୍ୟାପକ ଓ ଅଧ୍ୟାପିକା, ଅଣଶିକ୍ଷକ , କର୍ମଚାରୀମାନେ ଅବସର ଗ୍ରହଣ କରୁଥିବା ଅଧ୍ୟକ୍ଷ ଅମିତା ମହାନାୟକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦେବାସହ ନୂତନ ଅଧ୍ୟକ୍ଷଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା ଡ଼,ନନ୍ଦିନୀ ପଟ୍ଟନାୟକଙ୍କୁ ଫୁଲତୋଡ଼ା ଦେଇସ୍ବାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ। ନୂତନ ଅଧ୍ୟକ୍ଷ ଶ୍ରୀମତୀ ପଟ୍ଟନାୟକ ଦାୟିତ୍ବ ଗ୍ରହଣପରେ କହିଛନ୍ତି ଶିକ୍ଷାଦାନ ଉପରେ ଗୁରୁତ୍ବ ଦେଇଛନ୍ତି। ପୂର୍ବଭଳି ନିମାପଡ଼ା ସ୍ବୟଂ ଚାଳିତ ମହାବିଦ୍ୟାଳୟ ଶିକ୍ଷାରେ ଯେଭଳି ଗୈାରବ ବହନ କରିଆସୁଛି ତାହା ଅକ୍ଷୁର୍ଣ୍ଣ ରହିବ ବୋଲି କହିଛନ୍ତି।
