ରାଜ୍ୟ

ନୂତନ ଅଧ୍ୟକ୍ଷାଙ୍କୁ ଛାତ୍ର ବିଜେଡି ପକ୍ଷରୁ ହାର୍ଦ୍ଦିକ ସମ୍ବର୍ଦ୍ଧନା ଓ ଅଭିନନ୍ଦନ।

Spread It

ନିମାପଡ଼ା,୩/୭(ଏ.ପି ନିୟୁଜ)*ନିମାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ନବନିଯୁକ୍ତ ପାଇ  କାର୍ଯ୍ୟଭାର ଗ୍ରହଣ  କରିଥିବା  ଅଧ୍ୟକ୍ଷା ଡା. ଶ୍ରୀମତୀ ନନ୍ଦିନୀ ପଟ୍ଟନାୟକ ମହୋଦୟାଙ୍କ ଆଜି ଛାତ୍ର ବିଜେଡ଼ି ପକ୍ଷରୁ  କଲେଜ ଅଧ୍ୟକ୍ଷଙ୍କ ଅଫିସରେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି।ରାଜ୍ୟ ସାଧାରଣ ସମ୍ପାଦକ: କୁମାର ସୌମେନ ,ଛାତ୍ର ସଭାପତି: ସିଦ୍ଧାନ୍ତ ଜେନା,ଛାତ୍ର ନେତା: ଓମକାର ମହାପାତ୍ର,ମହାବିଦ୍ୟାଳୟର ଛାତ୍ର ନେତୃତ୍ବରୁଦ୍ର ବରାଳ, ଦୀପକ ସେଠୀ, ଜିଜ୍ଞାନ୍ସୁ ମଲ୍ଲିକ, ସାଇ ସତ୍ୟ ପ୍ରଧାନ, ସମୀର ବେହେରା, ଗୌରବ ବେହେରା, କାହ୍ନେଇ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ନିମାପଡ଼ା କଲେଜର ପରିସରରେ ଶୃଙ୍ଖଳା , ବିକାଶ ଏବଂ ଶିକ୍ଷାଦାନ କ୍ଷେତ୍ରରେ ଛାତ୍ର ବିଜେଡ଼ି ପକ୍ଷରୁ ସମସ୍ତ ସହଯୋଗ ରହିବ ବୋଲି ନୂତନ ଅଧ୍ୟକ୍ଷାଙ୍କୁ ଛାତ୍ର ନେତାମାନେ ପ୍ରତିଶ୍ରୁତି ଦେଇଛନ୍ତି

Leave a Reply

Your email address will not be published. Required fields are marked *