ରାଜ୍ୟ

ଚୋରା  ‌ମଦ ଜବତ, ୨ ଗିରଫ

Spread It

ନିମାପଡ଼ା, (ଏପିନ୍ୟୁଜ) ନିମାପଡ଼ା ଥାନା ଅଧିକାରୀ ବାମଦେବ ସ୍ବାଇଁଙ୍କ ନେତୃତ୍ବରେ ପୁଲିସ ପକ୍ଷରୁ ଚୋରାମଦ ମଦ ଓ ନିଶା ବେପାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ନିମାପଡ଼ା ବଜାର ନିକଟରେ ଥିବା କୁଶଭଦ୍ରା ନଦୀବନ୍ଧ ଏବଂ ଥାନା ନିକଟରେ ବ୍ରାଉନ ସୁଗାର ବ୍ୟବସାୟ ଚାଲୁଥିବା ପୁଲିସ ନିକଟରେ ଅଭିଯୋଗ ‌ହୋଇଛି। ପୁଲିସ ପାର୍ବଣ ପୂର୍ବରୁ ନିଶା ବେପାରିଙ୍କୁ ବାନ୍ଧି ପୂଜାକୁ ନିଶାମୁକ୍ତ କରିବାପାଇଁ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଗତକାଲି ରାତିରେ  ନିମାପଡ଼ା –ପିପିଲି ରାସ୍ତାର କାଜିପାଟଣା ବଜାର ଉପରେ ଥିବା ପ୍ରକାଶ ପ୍ରଧାନଙ୍କ ଉପରେ ଚଢଉକରି ଏକଶତ ବୋତଲ ଦେଶୀ ମଦ ଆସ୍କାଫଟି ଜବତ କରିଛନ୍ତି। ସେହିପରି ନିମାପଡ଼ା ବାଲିପାଟଣା ରାସ୍ତାର ଚଅଁରପଦା ପଞ୍ଚାୟତର ଭାଟବନ୍ଧ ଛକ ନିକଟରେ ପ୍ରକାଶ ଚନ୍ଦ୍ରରାୟ ଙ୍କ ଦୋକାନ ଉପରେ ଚଢଉକରି ୨୫ ବୋତଳ  ୧୮୦ ମିଲିର ବିଦେଶୀ ମଦ ଜବତକରିଛନ୍ତି। ଉଭୟଙ୍କୁ ବିରୁଦ୍ଧରେ ଅବକାରୀ ଆଇନ ବଳରେ ମାମଲା ରୁଜୁକରାଯାଇ ଗିରଫକରି  କୋର୍ଟ ଚାଲଣ କରାଯାଇଛି।  ଥାନା ଏସଆଇ ଦିଲିପ ପଣ୍ଡା ଚଢଉବେଳେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *