ରାଜ୍ୟ

ଏସ.ଏସ. ଜି ଟ୍ରେନିଂ ସେଣ୍ଟର ଜବର ଦଖଲ କାରୀଙ୍କ କବଜାରେ

Spread It

 ନିମାପଡ଼ା, (ଏ.ପି ନିୟୁଜ) ନିମାପଡ଼ାର ପ୍ରଥମ ମହିଳା ବିଧାୟକ ଭାବେ ପ୍ରଭାତୀ ପରିଡ଼ା ରାଜ୍ୟର ମିଶନ ଶକ୍ତିର ମନ୍ତ୍ରୀଭାବେ ଦାୟିତ୍ବ ସମ୍ବାଦନ କରୁଛନ୍ତି।  ତାଙ୍କ ବ୍ଲକରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଙ୍କୁ ତାଲିମ ଦେବାପାଇଁ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ତାଳିମ କେନ୍ଦ୍ର  ଜବର ଦଖଳକାରୀଙ୍କ କବଜାରେ। ଏହି ତାଲିମ କେନ୍ଦ୍ର  ବିଡ଼ିଓ ଆବସିକ ଗୃହ ନିକଟରେ ଏକ ଟ୍ରେନିଂ ସେଣ୍ଟର ଦୀର୍ଘ ବର୍ଷ ହେବ ନିର୍ମାଣ ହୋଇ ଜବରଦଖଳ କାରୀଙ୍କ ହାତରେ ରହିଛି।  ଗୃହଟି ରେ ଅଦିକାଶଂ ଦିନ ଆସର ଜମି ପାଟି ତୁଣ୍ଡ ହେଉଥିବାରୁ  ପାଖ ଘରଗୁଡ଼ିକରେ  ପରିବାର ନେଇ ରହିବାକୁ କର୍ମଚାରୀମାନେ ଉଚିତ ମଣୁନଥିବା ଅଭିଯୋଗ ହେଉଛି   ମହିଳା ଗୋଷ୍ଠୀଙ୍କ ଟ୍ରେନିଂ ସେଣ୍ଟରକୁ ସରକାରୀ ଦଳର ଗୋଟିଏ ଗୋଷ୍ଠୀ ଜବର ଦଖଲ କରିରଖିଛନ୍ତି ଏବଂ ତାଲିମ କେନ୍ଦ୍ରକୁ ମଦଶାଳାରେ ପରିଣିତ ହୋଇଛି। ମହିଳାମାନଙ୍କୁ  ଆର୍ଥିକ ସ୍ବାବଲମ୍ବି କରିବା ପାଇଁ  ବିଭିନ୍ନ  ଉତ୍ପାଦ  ସଂପର୍କରେ ତାଲିମ ଦେବାପାଇଁ ଏହି ଗୃହଟି ନିର୍ମାଣ ହୋଇଛି।  ମହିଳା ଗୋଷ୍ଠୀମାନଙ୍କୁ  ତାଲିମ ଦେବାପାଇଁ ବିଶେଷଜ୍ଞମାନେ ଆସୁଛନ୍ତି  କିନ୍ତୁ  ଟ୍ରେନିଂପାଇଁ ନିର୍ମାଣ ହୋଇଥିବା ଗୃହ ଜବର ଦଖଲକାରୀଙ୍କ ହାତରେ ଥିବାରୁ  ମହିଳାମାନଙ୍କୁ  ତାଳିମ ଦେବାପାଇଁ  ପଞ୍ଚାୟତର  ବିଭିନ୍ନସ୍ଥାନରେ ଥିବା ମନ୍ଦିର, କୋଠଘର, ଅଙ୍ଗନବାଡ଼ି କେନ୍ଦ୍ରକୁଯାଇ  ତାଲିମ ଦିଆଯାଉଛି।। ତାଲିମ ପାଇଁ  ଘର ଥାଇ ନଥିବାରୁ ମହିଳାମାନେ  ବାରଦୁଆର ଶୁଣ୍ଡି ପିଣ୍ଡାହେୁଉଛନ୍ତି। ଅନୁସନ୍ଧାନରୁ ଜଣାଯାଏ  ତାଲିମ ସେଣ୍ଟର ନିର୍ମାଣ କରିଥିବା ଠିକାଦାର   ଓଡ଼ିଶା  ଜୀବିକା ମିଶନ ନିମାପଡ଼ା ବ୍ଲକକୁ ଗୃହର ଚାବି ହସ୍ତାନ୍ତର କରି ନିଜ ହାତରେ ଦୀର୍ଘ ବର୍ଷହେବ ଚାବି ରଖିଛନ୍ତି। ମଣ୍ଡଳ ଉନ୍ନୟନ ଅଧିକାରୀ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ସରକାରୀ ସମ୍ପତିକୁ ସରକାରୀ ଦଳର ଗୋଟିଏ ଗୋଷ୍ଠୀ ହାତରେ ଟେକି ଦେଇଥିବା ଘଟଣାକୁ ମହିଳା ଗୋଷ୍ଠୀମାନେ ତୀବ୍ର ସମାଲୋଚନା କରିଛନ୍ତି। ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ତାଙ୍କ ବିଭାଗ ଅଧିନରେ ଥିବା  ତାଲିମ କେନ୍ଦ୍ର ଜବର ଦଖଲକାରୀଙ୍କ କବଜାରେ ଥିବାରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ  ମହିଳା ଗୋଷ୍ଠୀମାନେ ଦାବୀ କରିଛନ୍ତି।

Leave a Reply

Your email address will not be published. Required fields are marked *