ରେଞ୍ଚ ଗ୍ରାପରେ ବିକାଶର ଧାରା ଓଡ଼ିଶା ସାରା
ନିମାପଡ଼ା, ୨୮/୬(ଏ.ପି. ନିୟୁଜ) ରାଜ୍ୟ ଏବଂ କେନ୍ଦ୍ରସରକାରଙ୍କ ସଫଳତା ଷଳାକଙ୍କ ନିକଟରେ ପହଁଞ୍ଚାଇବାଲକ୍ଷ୍ୟରେ ରାଜ୍ୟସରକାର ବିକାଶରଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମର ଆଜି ନିମାପଡ଼ା ବ୍ଲକ ଅନ୍ତର୍ଗତ ରେଞ୍ଚ ପଞ୍ଚାୟତ ହରିଶପୁର ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଯୋଗଦେଇ ସେ ଦୁଇବର୍ଷ ଭିତରେ ରେଞ୍ଚ ପଞ୍ଚାୟତରେ ବିକାଶ ପାଇଁ କରିଥିବା କାର୍ଯ୍ୟର ରିପୋର୍ଟ କାର୍ଡ଼ ଉପସ୍ଥିତ ଲୋକମାନଙ୍କୁ କହିଥିଲେ। ଏହି କାର୍ଯ୍ୟକ୍ରମରେ ସରପଞ୍ଚ ପ୍ରଶନ୍ନ କୁମାର ସ୍ବାଇଁ ଧନୁଆଁମଣ୍ଡଳ ସଭାପତି ସନ୍ତୋଷ ପରିଡ଼ା ଉପସ୍ଥିତରୖହି ପ୍ରଧାନମନ୍ତ୍ରୀ ମୋଦୀ ଙ୍କ ମନକିବାତ କାର୍ଯ୍ୟକ୍ରମ ଶୁଣିଥିଲେ। ପଞ୍ଚାୟତର ୩୦ର ଉର୍ଦ୍ଧ ବରିଷ୍ଠ ନାଗରିକମାନଙ୍କ ଠାରୁ ବିକାଶ ପାଇଁ କଣ ଆବଶ୍ୟକତା ରହିଛି ପରାମର୍ଶ ଗ୍ରହଣ କରିଥିଲେ ଏବଂ ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ହରିଶପୁର ଗ୍ରାମବାସୀଙ୍କ ପକ୍ଷରୁ ପ୍ରସ୍ତାବିତ ବିଦେଶୀ ମଦଦୋକାନ ଖୋଲିବାପାଇଁ ଚାଲିଥିବା ଉଦ୍ୟମକୁ ବନ୍ଦ କରିବାକୁ ଉପମୁଖ୍ୟମନ୍ତ୍ରୀଙ୍କୁ ଦାବୀ ପତ୍ର ଦେଇଥିଲେ।। ଧନୁଆଁ ପଞ୍ଚାୟତ ବିଜେପି ସଭାପତି ପରେଶ ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ
