ଗୋମାସଂ ବିକ୍ରି ଅଭିଯୋଗ। ଜବତ ତରକାରୀ ପରୀକ୍ଷା ପାଇଁ ପଠାଇଲା ପ୍ରଶାସନ
ଚାରିଛକ(ଏ.ପି. ନିୟୁଜ) ଚାରିଛକ ବଜାରରେ ଥିବା ଏକ ଚିକେନ ଦୋକାନରୁ ନିକଟସ୍ଥ ଜୁଣୁପୁର ଗ୍ରାମର ବସନ୍ତକୁମାର ଜେନା ନାମକ ବ୍ୟକ୍ତି ଚିକେନ କିଣି ଘରକୁ ନେଇଥିଲେ। ରୋଷେଇ କଲାବେଳେ ଜାଣିବାକୁ ପାଇଲେ ସେ ଯେଉଁ ଘରକୁ ଚିକେନ ଆଣିଛନ୍ତି ତାହା ଚିକେନ ନୁହେଁ ଟାଣ ମାସଂ ବୋଲି ତରକାରି କରିବା ସମୟରେ ଜାଣିଲେ। ରନ୍ଧାଯାଇଥିବା ଚିକେନ ତରକାରୀରୁ ଫେଣ ବାହାରିବା ସହ ଅନ୍ୟ ପ୍ରକାରର ଗନ୍ଧ ହେବାରୁ ସେ କିଣି ଘରକୁ ଆଣିଥିବା ମାସଂ ଚିକେନ ନୁହେଁ ଅନ୍ୟ କେଉଁ ପଶୁର ମାସଂ କଣିଛନ୍ତି ବୋଲି ସନ୍ଦେହ କରି ଦୋକାନୀକୁ ପଚରା ଉଚରା କରିଥିଲେ। ଦୋକାନୀ ପାଖରୁ ସନ୍ଦେହ ଜନକ ଉତ୍ତର ମିଳିବାରୁ ମାସଂ କଣିଥିବା ଗ୍ରାହକ ବସନ୍ତ ଚାରିଛକ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ତରକାରି ମାସଂକୁ ଜବତକରି ନିମାପଡ଼ା ପ୍ରାଣୀ ଚିକିତ୍ସାକେନ୍ଦ୍ରକୁ ପରୀକ୍ଷାପାଇଁ ପଠାଇଥିଲେ। ନିମାପଡ଼ା ମାସଂ ପରୀକ୍ଷା କରିବାର ସୁବିଧା ନଥିବାରୁ ପୁରୀଜିଲା ମୁଖ୍ୟ ପରୀକ୍ଷା ଗାରକୁ ପଠା ଯାଇଛି। ପୁଲିସ ଉପଖଣ୍ଡ ଅଧିକାରୀ ଜନାର୍ଦ୍ଦନ ପାଢୀ କହିଛନ୍ତି ବାସି ଖାସି ମାସଂ ଫ୍ରିଜରେ ରଖିଥିଲେ । ଭୁଲରେ ଚିକେନ ବଦଳରେ ଖାସିମାସଂ ବିକ୍ରି କରିଛନ୍ତି। ବାସି ଖାଦ୍ୟ ବିକ୍ରି କରୁଥିବା ଅଭିଯୋଗରେ ଏକ ମାମଲା ଚାରିଛକ ଥାନାରେ ରୁଜୁ ହୋଇଛି ଘଟଣାର ତଦନ୍ତ ଚାଲିଛି। ନିମାପଡ଼ା ପ୍ରାଣୀଧନ ଚିକିତ୍ସା କେନ୍ଦ୍ରର ସହକାରୀ ପଶୁ ଚିକିତ୍ସା ଅଧିକାରୀ କହିଛନ୍ତି ମାସଂ ପରୀକ୍ଷାଗାରକୁ ପଠାହାଇଛି ପରୀକ୍ଷା ରିପୋର୍ଟ ଆସିଲେ କିପ୍ରକାର ମାସଂ ବେଶଲି ଜଣାପଡ଼ିବ।
