ରାଜ୍ୟ

ହାପି ଲିଭିଙ୍ଗ ଫାଉଣ୍ଡେସନ ପକ୍ଷରୁ “ରଜ ମହୋତ୍ସବ ଓ ପ୍ରତିଭା ସମ୍ମାନ ଉତ୍ସବ”ପାଳିତ

Spread It

ଭୁବନେଶ୍ୱର ୧୫/୬/୨୬ (ଏ.ପି ନିୟୁଜ), ହାପି ଲିଭିଙ୍ଗ ଫାଉଣ୍ଡେସନ ପକ୍ଷରୁ ଓଡ଼ିଶାର କଳା, ସଂସ୍କୃତି, ସାହି ତ୍ୟ ଏବଂ ଓଡ଼ିଆ ଅସ୍ମିତାର ସଂରକ୍ଷଣ ଓ ପ୍ରଚାର-ପ୍ରସାର ସହିତ ବିଶ୍ୱ ଦରବାରରେ ଓଡ଼ିଆ ଭାଷା ଓ ସଂସ୍କୃତିର ଗୌରବକୁ ପ୍ରତିଷ୍ଠିତ କରିବା ଉଦ୍ଦେଶ୍ୟରେ “ରଜ ମହୋତ୍ସବ ଓ ପ୍ରତିଭା ସମ୍ମାନ ଉତ୍ସବ” ଭୁବନେଶ୍ୱର ସ୍ଥିତ ବ୍ଲାଇଣ୍ଡ ଆସୋସିଏସନ, ସତ୍ୟନଗର ଠାରେ ପାଳିତ ହୋଇଯାଇଅଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ଡିସିପି ତପନ କୁମାର ମହାନ୍ତି ସମ୍ମାନୀତ ଅତିଥି ଭାବରେ ଚଳଚିତ୍ର ଅଭି‌ନେତା  ଅଶୃମୋଚନ ମହାନ୍ତି , ଶିକ୍ଷାବିତ ମନୋଜ ପାଳ, ଅଭିନେତା  ବବି ମିଶ୍ର , ଏସିପି ଶରତ ଚନ୍ଦ୍ର ସାହୁ , ଭୁବନେଶ୍ୱର , ଶ୍ କାଳନ୍ଦୀ ସାମଲ ଔପନ୍ୟାସିକ, ଶିବ ଚିଦାନନ୍ଦ ମହାରାଜ, ଡ଼ ହରିହର କାନୁନଗୋ,  ବିଷ୍ଣୁ ଚନ୍ଦ୍ର ପାତ୍ର, ମନୋଜ ପାଳ, ଅନୁଷ୍ଠାନ ର ସଭାପତି ସନ୍ତୋଷ ସ୍ୱାଇଁ,ଯୋଗ ଦେଇ କାର୍ଯ୍ୟକ୍ରମକୁ ପ୍ରଦିପ ପ୍ରଜ୍ୱୋଳନ କରି ଶୁଭାରମ୍ଭ କରିଥିଲେ । ଉକ୍ତ ସଭାରେ ସଭାପତିତ୍ୱ କରିଥିଲେ ହାପି ଲିଭିଙ୍ଗ ଫାଉଣ୍ଡେସନର ପ୍ରତିଷ୍ଠାତା ଡ. ମନୋଜ ଲେଙ୍କା । ଏହି ଅବସରରେ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ନିଷ୍ଠା, ସମର୍ପଣ ଓ ଉଲ୍ଲେଖନୀୟ ସେବା ପ୍ରଦାନ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନୀତ କରାଯାଇଥିଲା । ଏହା ସହିତ ରଜ ମହୋତ୍ସବ ଉପଲକ୍ଷେ “ହାପି ଲିଭିଙ୍ଗ ଓଡ଼ିଶା” ପକ୍ଷରୁ ଓଡ଼ିଶାର ସାହିତ୍ୟ ଓ ସଂସ୍କୃତିକୁ ଆଧାର କରି ପ୍ରକାଶିତ “ସୁଖୀ ଓଡ଼ିଶା” ପତ୍ରିକାର ଲୋକାର୍ପଣ କରାଯାଇଥିଲା। । ଏଥି ସହିତ ରଜ ଦୋଳି, ପିଠାପଣା ଓ କୁନି କୁନି କଳାକାରମାନଙ୍କ ଦ୍ୱାରା ନୃତ୍ୟ ଓ ସଂଗୀତ ପରିବେଷଣ କରାଯାଇଥିଲା । ହାପି ଲିଭିଙ୍ଗ ଫାଉଣ୍ଡେସନର ପ୍ରତିଷ୍ଠାତା ଡ. ମନୋଜ ଲେଙ୍କା, ଅଧ୍ୟକ୍ଷ ଇଂ ସନ୍ତୋଷ କୁମାର ସ୍ୱାଇଁ ଓ ସମସ୍ତ ନିର୍ଦ୍ଦେଶକ, ନିର୍ଦ୍ଦେଶିକା, ଓ ଉପଦେଷ୍ଟା ମଣ୍ଡଳି କାର୍ଯ୍ୟକ୍ରମରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସହଯୋଗ କରିଥିଲେ । ଏହି ରଜ ଉତ୍ସବକୁ ଦେଖିବାପାଇଁ ବିପୁଳ ସଂଖ୍ୟାରେ ଜନସମାଗମ ହୋଇଥିଲା।

Leave a Reply

Your email address will not be published. Required fields are marked *